25.1 C
Bhubaneswar
Saturday, March 21, 2026
Homeଓଡିଶାରଥକାଠ ଅନୁକୂଳ ପାଇଁ ନୟାଗଡ ଗଲା ଆଜ୍ଞାମାଳ

ରଥକାଠ ଅନୁକୂଳ ପାଇଁ ନୟାଗଡ ଗଲା ଆଜ୍ଞାମାଳ

ନୟାଗଡ: ରଥଯାତ୍ରାର ଆଦ୍ୟ ପର୍ୱ  ଆଜିଠାରୁ ଆରମ୍ଭ ହୋଇଛି ।  ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାକୁ ଅନୁମତି ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ୩ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ଆଜି ନୟାଗଡ଼ ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଭେଟି ରଥକାଠ ଅନୁକୂଳର ପୂର୍ବପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଭଳି ଆସନ୍ତାକାଲି ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି। ଏହି ଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯିବ ଏବଂ ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନିରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯିବ। ହା ଭଲ ଥିବାରୁ ଚଳିତବର୍ଷ ନୟାଗଡ଼ ବନଖଣ୍ଡରୁ ୮୧୪ ଖଣ୍ଡ କାଠ କାଟିବାକୁ ନିଷ୍ପତ୍ତି ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking