26.1 C
Bhubaneswar
Wednesday, March 25, 2026
Homeଓଡିଶାପୁଲିସ ଇନଫର୍ମର ସଂଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ପୁଲିସ ଇନଫର୍ମର ସଂଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଗୋଟିଏ ପଟେ ଲଗାତାର ନକ୍ସଲମାନେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ଅନ୍ୟ ପଟେ ଲୋକଙ୍କୁ ଭୟଭିତ କରାଇବା ସହ ଏବେ ବି ନକ୍ସଲ ହାରିନଥିବା ନେଇ ପୁଲିସକୁ ଚ୍ୟାଲେଞ୍ଜ କରିବାରେ ଲାଗିଛନ୍ତି। ଗତକାଲି ଜଣେ ଯୁବକକୁ ପ୍ରଜାକୋର୍ଟରେ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରାଯାଇଛି। ବିଜାପୁର ଜିଲ୍ଲାର ଭେରମଗଡ ଏରିଆ କମିଟିର ନକ୍ସଲ ଜୈଗୁର ଗ୍ରାମର ସିତୁ ମାଣ୍ଡବୀକୁ ଅପହରିଣ କରିନେଇଥିଲେ। ସେ ଗତ ତିନି ଚାରି ବର୍ଷ ହେଲା ପୁଲିସ ସହ ମିଶି ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଇ ଆସୁଥିଲା।

ଏନେଇ ନକ୍ସଲ ତାଂକୁ ବାରମ୍ବାର ଏଥିରୁ ନିବୃତ ରହିବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ସିତୁ ଏଥିରେ ଭୟଭୀତ ନହୋଇ ପୁଲିସକୁ ସହଯୋଗ କରିଆସୁଥିଲା। ଗତକାଲି ଆବୁଝମାଡ ଜଂଗଲରେ ଏକ ଜନ ଅଦାଲତ ବସିଥିଲା। ସିତୁ ନାମରେ ପୁଲିସ ଇନଫରମର ବୋଲି କହିବା ସହ ସେ ଦୋଷୀ ବୋଲି ସାବ୍ୟସ୍ତ ହୋଇଥିଲା। ତେବେ ଉପସ୍ଥିତ ଥିବା ସମସ୍ତ ପ୍ରଜା ତାକୁ ହତ୍ୟା କରିବାକୁ ନକ୍ସଲଙ୍କୁ ଅନୁରୋଧ କରିଥିଲେ। ଫଳରେ ନକ୍ସଲ ସିତୁକୁ ସମସ୍ତଙ୍କ ଉପସ୍ଥିତିରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସିତୁ ଶବ ଉପରେ ଏକ ପୋଷ୍ଟର ଛାଡିକି ଯାଇଥିଲେ।ସେଥିରେ ଭେରମଗଡ ଏରିଆ କମିଟି ଏଥିପାଇଁ ଦାୟୀ ବୋଲି ଲେଖିଥିଲେ। ସିତୁ ପୁଲିସ ଇନଫର୍ମର ଥିଲା ବୋଲି ଉଲ୍ଲେଖ ରହିଛି। ପୁଲିସ ଅପରେସନ କଗାରକୁ ତୁରନ୍ତ ବନ୍ଦ କରୁ ବୋଲି ନକ୍ସଲ ଧମକ ଦେଇଛନ୍ତି। ଆଗକୁ ସମସ୍ତ ସୂଚନାଦାତାଙ୍କୁ ଏଭଳି ଦଣ୍ଡ ଦିଆଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ନକ୍ସଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking