19.1 C
Bhubaneswar
Friday, February 13, 2026
Homeଓଡିଶା୪ ଗ୍ରାମବାସୀଙ୍କୁ ଅପହରଣ କଲେ ନକ୍ସଲ

୪ ଗ୍ରାମବାସୀଙ୍କୁ ଅପହରଣ କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ଏବେ ରକ୍ତମୁଖା ହୋଇଛନ୍ତି। ଲଗାତାର ସୁକମା ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀ ତରଫରୁ ନକ୍ସଲ କ୍ୟାମ୍ପଗୁଡିକରେ ଚଢାଉ ହେବା ସହ ନକ୍ସଲଙ୍କୁ ଖୋଜିଖୋଜି ମାରୁଥିବାରୁ ସଂଗଠନରେ ଏବେ ଚିନ୍ତାର ବିଷୟ ପାଲଟିଛି। ପ୍ରାୟ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ କିଷ୍ଟରାମ ଥାନା ଅନ୍ତର୍ଗତ ସକଲେର ଗ୍ରାମରେ ପହଞ୍ଚିଥିଲେ। ସେହି ଗ୍ରାମର ଚାରି ଜଣ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ହାଜର ପାଇଁ ଡାକି ନେଇଥିଲେ।

ଜଂଗଲରେ ପ୍ରଜାକୋର୍ଟ ବସିଥିଲା। ଦୀର୍ଘ ସମୟ ଧରି ଚାରି ଜଣ ନାମରେ ପୁଲିସ ଇନଫର୍ମର ବୋଲି ନକ୍ସଲ ଅଭିଯୋଗ କରିବା ସହ ପ୍ରମାଣିତ କଲେ। ଏହା ପରେ ଚାରି ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା। ପୁଲିସ ସହ ସଂପର୍କ ରଖି ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଉଥିବା ପ୍ରମାଣିତ ହେବା ପରେ ଏହି ଚାରି ଜଣଙ୍କ ମଧ୍ୟରୁ ମାଡ଼ବୀ ରାଜା ରାଓଙ୍କୁ ହତ୍ୟା କରାଯାଇଥିଲା। ପ୍ରଜାଙ୍କ ଆଗରେ ରାଜା ରାଓଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଯାଇଥିଲା। କେହି ଯଦି ଶତ୍ରୁ ସହ ସଂପର୍କ ରଖିବ ତେବେ ଏଭଳି ମୃତ୍ୟୁ ଦଣ୍ଡ ପାଇବ ବୋଲି ନକ୍ସଲ ଚେତାବନୀ ଦେଇଥିଲେ। ଅନ୍ୟ ତିନିଜଣକୁ ଛାଡିଥିଲେ ମଧ୍ୟ ସେମାନେ ଯେପରି ଆଗକୁ ପୁଲିସ ସହ କୌଣସି ସଂପର୍କ ନରଖନ୍ତି ସେନେଇ ତାଗିଦ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking