28.1 C
Bhubaneswar
Thursday, March 5, 2026
Homeଓଡିଶାସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା

ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା

ମାଲକାନଗିରି:ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ଦର୍ଶାଇ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ କିଷ୍ଟରାମ ଥାନା ଅନ୍ତର୍ଗତ ସଲାତୋଙ୍ଗ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ରବା ସୋନାଙ୍କୁ ଖୋଜିଥିଲେ। ପୁଲିସ ସୂଚନାଦାତା ଦର୍ଶାଇ ନକ୍ସଲ ନିରୀହ ଗ୍ରାମବାସୀଙ୍କୁ ଟାର୍ଗେଟ ଆରମ୍ଭ କରିଦେଇଛନ୍ତି। ପରିବାର ଲୋକେ ସକାଳୁ ଶବ ନିକଟରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ଲଗାତାର ଚଢାଉରେ ନକ୍ସଲ ଏବେ ଘାଇଲା ବାଘ ଭଳି ରହିଛନ୍ତି। ତେଣୁ ପୁଲିସର ରାଗ ଏବେ ନିରୀହ ଜନତାଙ୍କୁ ସୁଝାଉଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking