21.1 C
Bhubaneswar
Friday, February 6, 2026
Homeଓଡିଶାଜେଲ ଭିତରେ ଜୀବନ ହାରିଲେ ନକ୍ସଲ କଏଦୀ

ଜେଲ ଭିତରେ ଜୀବନ ହାରିଲେ ନକ୍ସଲ କଏଦୀ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ହଜାରିବାଗସ୍ଥ ଲୋକନାୟକ ଜୟପ୍ରକାଶ ନାରାୟଣ କେନ୍ଦ୍ରୀୟ କାରାଗାରରେ ଆତ୍ମସମର୍ପଣ କରିଥିବା ନକ୍ସଲ କଏଦୀ ଛୋଟା ଶ୍ୟାମଲାଲ ଦେହ୍ରି ଓରଫ ସନ୍ତୁ ଦ୍ରେହୀ ଓରଫ ସୋମଲାଲ ଦ୍ରେହୀ ଆତ୍ମହତ୍ୟା କରିଛନ୍ତି। ଜେଲ ପ୍ରଶାସନ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମୃତ ମାଓବାଦୀ ଦୁମକା ଜିଲ୍ଲାର କାଠିକୁଣ୍ଡ ଥାନା ଅଞ୍ଚଳର ବାସିନ୍ଦା ଥିଲେ। ତାଙ୍କୁ ୯ ଫେବୃଆରୀ ୨୦୨୧ରେ ଦୁମକା କେନ୍ଦ୍ରୀୟ କାରାଗାରରୁ ହଜାରିବାଗ ଲୋକନାୟକ ଜୟପ୍ରକାଶ ନାରାୟଣ କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ନକ୍ସଲ ପ୍ରଭାବିତ ଅଞ୍ଚଳର ଥାନାରେ ଦେହ୍ରିଙ୍କ ବିରୋଧରେ ମୋଟ ୮ଟି ଗୁରୁତର ମାମଲା ବିଚାରାଧୀନ ରହିଛି। ସେ ଜଣେ ଆତ୍ମସମର୍ପଣ କରିଥିବା ମାଓବାଦୀ ଥିଲେ ଏବଂ ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ତାଙ୍କୁ ବିଚାରାଧୀନ କଏଦୀ ଭାବରେ ଜେଲରେ ରଖାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking