18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନୌସେନା ବୋଟ୍-ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ୧୩ ମୃତ

ନୌସେନା ବୋଟ୍-ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ୧୩ ମୃତ

ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୌସେନା ବୋଟ୍ ଅପରାହ୍ନ ପ୍ରାୟ ୩ଟା୫୫ ସମୟରେ ‘ନୀଲକମଲ’ ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ମୁହାଁମୁହିଁ ଧକ୍କା ଯୋଗୁ ଓଲଟି ପଡିଥିଲା। ଇତି ମଧ୍ୟରେ ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ କେତେକ ଯାତ୍ରୀ ନିଖୋଜ ଥିବା କୁହାଯାଉଛି। ପୁଲିସ ସୂଚନା ଅନୁସାରେ ଡଙ୍ଗା ବୁଡ଼ିଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ପୁଲିସ କହିଛି ଯେ, ନୀଲମଲ ବୋଟ୍ ମୁମ୍ବାଇ ନିକଟସ୍ଥ ‘ଏଲିଫେଣ୍ଟା’ ଦ୍ୱୀପ ଆଡକୁ ଯାଉଥିଲା, କିନ୍ତୁ ଏହା ଓରଣ ନିକଟରେ ବୁଡ଼ି ଯାଇଥିଲା। ଅଧିକାରୀ କହିଛନ୍ତି ଯେ, ପୁଲିସ, ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ, ତଟରକ୍ଷୀ ବାହିନୀ ଏବଂ ମତ୍ସ୍ୟଜୀବୀଙ୍କ ସହାୟତାରେ ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ୧୦୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଇସିଜି ଜାହାଜ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ଗୋଟିଏ ୧୩ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଡଙ୍ଗା ଯାତ୍ରୀଙ୍କୁ ନେଇ ଅପରାହ୍ନ ୩ଟା ୧୫ରେ ଯାତ୍ରା ଆରମ୍ଭ କରିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ, ୧୦ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ନୌସେନା କର୍ମଚାରୀ ରହିଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ଲାଗି ନୌସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୌସେନା, ତଟରକ୍ଷୀ ବାହିନୀ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଚଳାଇଛି। ଆସନ୍ତାକାଲି ସକାଳେ ନିଖୋଜ ଥିବା ଲୋକଙ୍କ ସମ୍ପର୍କରେ ଚୂଡ଼ାନ୍ତ ସୂଚନା ଉପଲବ୍ଧ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking