ଭୁବନେଶ୍ୱର: ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି । ବିଜେଡି ଏହାକୁ ସ୍ୱାଗଥ କରିଥିଲେ ହେଁ ବିଧିବଦ୍ଧ ଭାବେ ସମର୍ଥନ ଦେଇନାହିଁ । ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ଯୋଗୁଁ ଗଡପତି ଜିଲ୍ଲାରେ ପ୍ରଭାବ ପଡିଛି । ଭଦ୍ରକରେ ମଧ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଇଛି । ଭଦ୍ରକ ରେଳ ଷ୍ଟେସନ, ଭଦ୍ରକ ବସଷ୍ଟାଣ୍ଡ, ସରକାରୀ ଅଫିସ, ସ୍କୁଲ, କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯାଇଛି। ସୂଚନାଥାଉକି, ଆଜିର ବନ୍ଦ ପାଳନକୁ ନେଇ ଗତକାଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ମଣ୍ଡିରେ ତରମ ଅବ୍ୟବସ୍ଥା ଦେଖାଦେଇଥିଲା । ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନବିକା ବେଳେ ଇନପୁଟ ସବସିଡିକୁ ସରକାର ବନ୍ଦ କରିଦେବା, ବିଜୁଳିକୁ ନେଇ ସରକାର , ଓଇଆରଟିସି ଓ ଟାଟା ପାୱାରର ମନମାନି ବିରୋଧରେ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ତେଣୁ ବନ୍ଦ ଘୋଷଣାକୁ ସମର୍ଥନ କରିବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।










