28.1 C
Bhubaneswar
Monday, February 23, 2026
Homeଓଡିଶାକେନ୍ଦ୍ରକୁ ନବୀନଙ୍କ ଚିଠି

କେନ୍ଦ୍ରକୁ ନବୀନଙ୍କ ଚିଠି

ଭୁବନେଶ୍ୱର:  ସାରା ରାଜ୍ୟରେ ସାର ଯୋଗାଣ ରେ ବ୍ୟାପକ ଅବ୍ୟବସ୍ଥା। କଳାବଜାର,ଅପମିଶ୍ରଣ ଏବଂ ବଜାର ରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳହନ୍ତସନ୍ତ.ବିଭିନ୍ନ ସ୍ଥାନ ରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତା ରେ ଚାଷୀ। ଚାଷୀ କୂଳ ର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ଙ୍କୁ ପତ୍ର ଲେଖି ସାର ଯୋଗାଣ ରେ ଅବ୍ୟବସ୍ଥା ସମ୍ପର୍କ ରେ ଅବଗତ କରାଇବାସହ ,ଓଡିଶା ଚାଷୀ କୂଳ ର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଶ୍ରୀ ପଟନାୟକ ଦାବୀ କରିଛନ୍ତି।
ଶ୍ରୀ ପଟନାୟକ କହିଛନ୍ତି ଯେ କୃଷି ଓଡିଶା ଅର୍ଥନୀତି ର ମୁଖ୍ୟ ଆଧାର ଓ ଆମର ୭୦ ଭାଗ ରୂ ଅଧିକ ଲୋକଙ୍କୁ କୃଷି ହିଁ ଜୀବିକା ଯୋଗାଇଥାଏ.ଗତ ଦୁଇ ଦଶନ୍ଧିରେ ଓଡିଶା କୃଷି କ୍ଷେତ୍ର ରେ ଉଲ୍ଲେଖ ନୀୟ ସଫଳତା ହାସଲ କରିଥିଲା। ୨୦୦୦ମସିହା ରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ଦେଶ ର ସାଧାରଣ ବଣ୍ଟନ ବ୍ୟବସ୍ଥା କୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇ ପାରିଛି। କୃଷି କ୍ଷେତ୍ର ରେ ବୈଷୟିକ ବିଦ୍ୟା ର ପ୍ରୟୋଗ ଓ ସାର ବିହନ ଆଦି ର ଉତ୍ତମ ବଣ୍ଟନ ଓଡିଶା କୁ ଏ ସଫଳତା ଆଣି ଦେଇ ଥିଲା। ଓଡିଶାରେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବୀ କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନି।

ୟୁରିଆ ସରକାରୀ ଦର ଠାରୁ ଉଚ୍ଚ ଦାମରେ ବିକ୍ରି ହେଉଛି। ଓଡିଶା ସରକାରଙ୍କ agency Markfed ଚାଷୀ ଙ୍କ ବଦଳରେ ଘରୋଇ ଡିଲର ଙ୍କୁ ରିହାତିରେ ସାର ବିକୁଛି.ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜ ରାସ୍ତା କୁ ଓଲ୍ହାଇବା ଚିନ୍ତା ର ବିଷୟ ବୋଲି ଶ୍ରୀ ପଟନାୟକ କହିଛନ୍ତି। supply chain ର କୁପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁଁ ଚାଷୀ କୁ ଆଜି ଏ ଅବସ୍ଥା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଶ୍ରୀ ପଟନାୟକ ଉଦବେଗ ପ୍ରକାଶ କରିଛନ୍ତି.ତାଳଚେର ସାର କାରଖାନା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟନାୟକ କହିଛନ୍ତି ଯେ ୨୦୧୮ ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସ ରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁଃଖ ର ବିଷୟ। ଖରିଫ ଋତୁ ଆରମ୍ଭ ରେ ସାର ଅଭାବ ତଥା ଯୋଗାଣ ରେ ଚାଲଥିବା ଅବ୍ୟବସ୍ଥା ଓ ଦୁର୍ନୀତି କୁ ରୋକିବାକୁ ଯଦି ସମୟୋଚିତ ପଦକ୍ଷେପ ନିଆ ନ ଯାଏ ତେଵେ କୃଷି ଉତ୍ପାଦନ ରେ ବ୍ୟାଘାତ ସୃଷ୍ଟି ସହ ଚାଷୀ ଭାଇ ଭଉଣୀଙ୍କ ଜୀବିକା କୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ଶ୍ରୀ ପଟନାୟକ ସତର୍କ କରି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking