ଭୁବନେଶ୍ୱର: ବିଜେଡିରେ ହେବ କି ସଭାପତି ପରିବର୍ତ୍ତନ ? ଏନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପ୍ରତାପ ଜେନା । କହିଛନ୍ତି , ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । ନବୀନ ବାବୁ ଯାହାକୁ ଯେଉଁ ଦାୟିତ୍ୱ ଦେବେ ସମସ୍ତେ ଗ୍ରହଣ କରିବେ । ଅନେକ ନାଁ ଆସୁଛି , ସମୟକୁ ଅପେକ୍ଷା କରନ୍ତୁ । ସଭିଙ୍କୁ ସାଥିରେ ନେଇ ଦଳ ଆଗକୁ ବଢିବ ।