ଭୁବନେଶ୍ୱର: ନବୀନଙ୍କ ଅଭିଯୋଗକୁ ଖଣ୍ଡନ କଲେ ପ୍ରଭାତ ତ୍ରିପାଠୀ । ନିଜ ଉପରୁ ଦୋଷ ଛଡାଇବା ପାଇଁ ଏପରି କହୁଛନ୍ତି । ନିଜ ବିଧାୟକଙ୍କୁ ଏକାଠି ରଖିବାରେ ନବୀନ ବିଫଳ ହେଲେ । ମୋତେ ବିଜେଡି ଅତୀତରେ ଅନେକ ହଇରାଣ କରିଛି । ମୋ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି ହେବନି । ବାଙ୍କି ଲୋକେ ପୁଅ ପଛରେ ପାହାଡ ପରି ଠିଆ ହୋଇଛନ୍ତି । ଏପଟେ ନବୀନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ ଯେଉଁମାନେ କ୍ରସ ଭୋଟିଂ କରିଛନ୍ତି ସେମାନଙ୍କ କ୍ରିମିନାଲ ରେକର୍ଡ ଅଛି । ସେମାନଙ୍କ ବାପା ଜେଲ ଯାଇଛନ୍ତି । ବିଜେପି ଘୋଡା ବେପାର କରିଛି ।










