18.1 C
Bhubaneswar
Thursday, February 12, 2026
Homeଓଡିଶାନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ

ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳର ସଭାପତିଙ୍କୁ ଭେଟିଲେ ରାଜ୍ୟସ୍ତରିୟ ସମନ୍ୱୟ କମିଟି
ସାଙ୍ଗଠନିକ ପୁନର୍ଗଠନ ପାଇଁ ଦେଲେ ପ୍ରସ୍ତାବ

ସୋସିଆଲମିଡିଆରେ ସକ୍ରିୟ ରହିବା ପାଇଁ ସଭାପତି ଦେଲେ ପରାମର୍ଶ
ଭୁବନେଶ୍ୱର  – ଦେବି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟିର ସଦସ୍ୟମାନେ ଆଜି ସଂନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେଯେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଅଆସିଛନ୍ତି ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ । ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖ‍ିବା ପାଇଁ ଶ୍ରୀ ପଟ୍ଟନାୟକ ପରମର୍ଶ ଦେଇଥିଲେ ।
ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେବୋଲି ସୁଚନା ଦେଇଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ ।ଏହା ସହିତ ଦଳ ର ଛାତ୍ର ଯୁବ ମହିଳା ଆଦି ଛାମୁଆ ସଂଗଠନ କୁ ଗଠନ କରିବା ଓ ଅକଟୋବର ଦୁଇ ତାରିଖ ରୁ ମାସ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking