ଭୁବନେଶ୍ୱର : ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ ବୟାନ ରହିଛି । ରାଜ୍ୟରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ବିଜେପି ଚାହୁଁନି ବିଜେଡି ଭାଙ୍ଗୁ । ବିଜେଡିକୁ ଶୂନ କରିବା ଆମର ଲକ୍ଷ୍ୟ ନୁହେଁ । ଯେତେବେଳେ ବିଜେଡିର ଦୁଇ ସାଂସଦ ଦଳ ଛାଡିଛନ୍ତ , ଏହାରି ପରେ ଆଉ କିଏ ସେ ସାଂସଦ ବିଜେଡି ଛାଡି ବିଜେପିରେ ମିଶିବେ ଜୟନାରାୟଣ ମିଶ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଗୁଣ୍ଡଗୁଣ୍ଡ ହୋଇଯିବ । ନବୀନ ବି ବିଜେପିକୁ ଆସିବେ ।