ଭୁବନେଶ୍ୱର: ଆଜି ନୂଆପଡା ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ନିର୍ବାଚନ ସଭାରେ ଯୋଗଦେବେ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ । ଭୁବନେଶ୍ୱରରୁ ଆଜି ସକାଳ ୯ ଘଣ୍ଟା ୪୫ ମିନିଟରୁ ବାହାରି ୧୦ ଘଣ୍ଟା ୪୫ ମିନିଟରେ ନୂଆପଡା ଗୌତମା ଏୟାଷ୍ଟ୍ରିପରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିରପ୍ଟରରେ ସମ୍ଭବ ଅସ୍ଥାୟୀ ହେଲିପେଡରେ ୧୧ ଘଣ୍ଟା ୧୫ ମିନିଟରେ ପହଞ୍ଚିବେ ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଉଦବୋଧନ ଦେବା ପରେ ଭୁବନେଶ୍ୱର ଫେରି ଆସିବେ । କଂଗ୍ରେସ ପକ୍ଷରୁ ଗତକାଲି ବିଶାଳ ବାଇକ ରାଲି ପରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମ ।










