ଭୁବନେଶ୍ୱର: ନୂଆପଡା ଯିବେ ନବୀନ ପଟ୍ଟନାୟକ । ନୂଆପଡା ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ । ଆସନ୍ତା ୩ରେ ନୂଆପଡା କୋମନାକୁ ଯିବେ ନବୀନ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିବେ ନବୀନ । ମଇଦାନକତୁ ଓହ୍ଲାଇବା ପୂର୍ବରୁ ନବୀନଙ୍କର ଭିଡିଓ ବାର୍ତ୍ତା ଜାରି କରାଯାଇଛି । ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ନବୀନ । ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । କଂଗ୍ରେସ , ବିଜେଡି, ବିଜେପି ନିଜ ନିଜ ଦଳର ପ୍ରାର୍ଥୀ ଘୋଷଣା କରି ସେମାନଙ୍କ ପାଇଁ ଭୋଟ ମାଗିବାକୁ ଦଳୀୟ ନେତା ପ୍ରଚାର କରିବା ଆରମ୍ଭ କରିସାରିଲେଣି ।










