ଭୁବନେଶ୍ୱର: ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ବିଜେପି ମୁଖପାତ୍ର କାଉଣ୍ଟର କରିଛନ୍ତି । ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଫେସବୁକ ପୋଷ୍ଟରେ କାଉଣ୍ଟର କରିଛନ୍ତି। କହିଛନ୍ତି, ଆପଣଙ୍କୁ ଲୋକେ ୨୪ ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି । ଏହାର ପ୍ରତିବଦଳରେ ଲୋକେ ପାଇଲେ କଣ ବୋଲି ପଚାରିଲେ । ଗୋଟିଏ ଶୀତଳ ଭଣ୍ଡାର କି ମହାନଦୀରେ ଗୋଟିଏ ବନ୍ଧ କରିପାରିଲେନି । ଆପଣଙ୍କୁ ଯେଉଁମାନେ ରାଜନୀତିକୁ ଆଣିଥିଲେ ଆପଣ କଣ କଲେ । ଦିଲୀପ ରାୟ, ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ପ୍ରତି କଣ କଲେ । ଆପଣ ଯାହା କରିଥିଲେ, ତାହାକୁ ବେଇମାନ କୁହାଯିବ ନା କୁହାଯିବ ନାହିଁ । ସୂଚନାଥାଉ କି ଗତକାଲି ନୂଆପଡା ପ୍ରଚାର ମୈଦାନରେ ନବୀନ କହିଥିଲେ ଆପଣଙ୍କୁ ଭଲ ଭାବେ ଜଣାଅଛି, ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ସିଧା ସିଧା ବିଜେପିକୁ ପ୍ରାର୍ଥୀ ଚୋର ବୋଲି କହିବା ସହ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି କହିଛନ୍ତି ନବୀନ ।










