19.1 C
Bhubaneswar
Thursday, February 12, 2026
Homeଓଡିଶାସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ : ନବୀନ

ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ : ନବୀନ

ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲୀଙ୍କୁ ।

ସୋସିଆଲମିଡିଆରେ ସକ୍ରିୟ ରୁହ, ବିଜେପିର ମିଛ ପ୍ରତିଶୃତି ବିଷୟ ରେ ଲୋକଙ୍କୁ ସଚେତନ କର ।
ଲୋକଙ୍କ ସେବା କର, ଓଡ଼ିଆ ସ୍ୱାଭିମାନ ପାଇଁ ସଂଗ୍ରାମ ଜାରିରଖ ।

ଛାତ୍ରମାନେ ହେଉଛନ୍ତି ଭବିଷ୍ୟତର କର୍ଣ୍ଣଧାର । ତୁମମାନଙ୍କ ନିଷ୍ଠାପର କାର୍ଯ୍ୟ ଏକ ସଶକ୍ତ ଓଡ଼ିଶା ପାଇଁ ପଥ ପ୍ରସ୍ତୁତ କରିବ ।
ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ.

ଭୁବନେଶ୍ୱର – ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଶଂଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଦଳ ର ଛାତ୍ର, ଯୁବ, ମହିଳା ଶାଖା ସମସ୍ତେ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଲେ ଯେ ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ଦଳ ର ଆଦର୍ଶ. ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ 27 ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇପାରିଛି l କ୍ଷମତା ନୁହେଁ ଲୋକ ଙ୍କ ସେବା ହି ବିଜେଡି ର ଲକ୍ଷ୍ୟ l
ଗତ ନିର୍ବାଚନ ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନିର୍ବାଚନ ରେ ହାରଜିତ ଅଛି. ଗତ ନିର୍ବାଚନ ରେ ବିଜେଡି 41.02% ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା.ଓଡିଶା ବାସୀ ଙ୍କ ଏ ଭଲ ପାଇବା ହିଁ ବିଜେଡି ର ସବୁଠାରୁ ବଡ଼ ଶକ୍ତି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ.।
ବିଜେଡି ସରକାର ସମୟରେ ଶିକ୍ଷା ଓ କ୍ରୀଡା ର ବିକାଶ ସମ୍ପର୍କ ରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏକ ନଲେଜ ସୋସାଇଟି ଗଠନ ଲକ୍ଷ୍ୟ ନେଇ ରାଜ୍ୟ ରେ ଗତ ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା ଯାହାକି ଓଡିଶା କୁ ପୂର୍ବ ଭାରତ ର ଏକ ଶିକ୍ଷା କେନ୍ଦ୍ର କରି ପାରିଛି l. ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିଅରିଂ କଲେଜ ରେ ସଂରକ୍ଷଣ ଏବଂ 5ଟି ସ୍କୁଲ କଲେଜ ରୂପାନ୍ତର ସୁଫଳ ଦେବା ଆରମ୍ଭ କରିଛି l ବଣ୍ଡା ଜନଜାତି ର ମଙ୍ଗଳା ମୁଦୁଲି ଆଜି ମେଡିକାଲ ପଢିବା ପାଇଁ  ସର୍ବ ଭାରତୀୟ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବା ଏହାର ଫଳ ଶ୍ରୁତି ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ ମଙ୍ଗଳା ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇଥିଲେ l ସେହିପରି ଓଡିଶା ଆଜି ଦେଶ ର କ୍ରୀଡା ରାଜଧାନୀ ହେବା ଆନନ୍ଦ ର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l
ସୋସିଆଲ ମେଡ଼ିଆ ର ସମାଜ ଉପରେ ପ୍ରଭାବ ବିଷୟ ରେ ଅବତାରଣା କରି ଶ୍ରୀ ପଟନାୟକ ଛାତ୍ର ସମାଜ କୁ ସୋସିଆଲ ମେଡ଼ିଆ ରେ ସକ୍ରିୟ ରହିବା ପାଇଁ ପରାମର୍ଶ ଦେଇ ଭୁଲ ଖବର ଓ ମିଛ ଖବର ବିରୋଧ ରେ ସଂଗ୍ରାମ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ l ପ୍ରତି ଘରକୁ 300 ୟୁନିଟ ମାଗଣା ବିଜୁଳି, ଓ ସବୁ ସାମାଜିକ ସୁରକ୍ଷା ହିତାଧିକାରୀ ଙ୍କୁ 3000ଟଙ୍କା ପେନସନ ସୁଭଦ୍ରା ଯୋଜନା ରେ ପଚାଶ ହଜାର ଆଦି ବିଜେପି ର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ l ସେହିପରି ସୁଭଦ୍ରା ଯୋଜନା ରେ ମା ମାନଙ୍କୁ ପଚାଶ ହଜାର ଟଙ୍କା ଘୋଷଣା କରି ପାଞ୍ଚ ହଜାର ଟଙ୍କା କିସ୍ତି ଦେବା ନିଷ୍ପତ୍ତି ରେ ଶ୍ରୀ ପଟନାୟକ ନୈରାଶ୍ୟ ପ୍ରକାଶ କରିଥିଲେ l
ସମାଜ ସେବା, ପରିବେଶ ସୁରକ୍ଷା, ଗରିବ ଲୋକଙ୍କୁ ସାହାଯ୍ୟ ସହିତ ଓଡ଼ିଆ ସ୍ୱାଭିମାନ ର ସୁରକ୍ଷା ଦିଗରେ କାମ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ର ସମାଜ କୁ ଆହ୍ୱାନ ଜଣାଇଥିଲେ l ଛାତ୍ର ସମାଜ କୁ ଭବିଷ୍ୟତ ର କର୍ଣ୍ଣଧାର ଭାବ ରେ ବର୍ଣ୍ଣନା କରି ପ୍ରତିବଦ୍ଧତା ର ସହ କାମ କଲେ ସଶକ୍ତ ଓଡିଶା ଗଠନ ରାସ୍ତା ପ୍ରଶସ୍ତ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ l
ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟ ରେ ଇପ୍ସିତା ସାହୁ, ଅବିନାଶ ଠାକୁର ପ୍ରମୁଖ ଉଦବୋଧନ ଦେଇଥିଲେ.l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking