16.1 C
Bhubaneswar
Saturday, December 27, 2025
Homeଓଡିଶାମହିଳା ମାନଙ୍କ ସମ୍ମାନ ରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ : ନବୀନ

ମହିଳା ମାନଙ୍କ ସମ୍ମାନ ରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ : ନବୀନ

ମହିଳା ମାନଙ୍କ ସମ୍ମାନ ରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ

ସଂଗଠନ କୁ ମଜବୂତ କର ଏବଂ ଲୋକଙ୍କ ସେବା ଜାରି ରଖ.

ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି. : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା.

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି.କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି. ବିଭିନ୍ନ କ୍ଷେତ୍ର ରେ କଳାହାଣ୍ଡି ର ବିକାଶ ଯଥା,ମେଡିକାଲ କଲେଜ,ବିଶ୍ୱବିଦ୍ୟାଳୟ, ଇଂଜିନିୟରିଙ୍ଗ କଲେଜ ଶିଳ୍ପ ଭିତିଭୂମି ଆଦି କଳାହାଣ୍ଡି ର ପରିଚୟ ଉଜ୍ଜଳ କରିଛି.
ଦରଦାମ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି.
ସାଧାରଣ ଲୋକଙ୍କ ସ୍ୱାର୍ଥ ର ସୁରକ୍ଷା ଓ ମହିଳା ଙ୍କ ସମ୍ମାନ ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ.

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା.ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି.ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ.

ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଉଭୟ ବୈଠକ ସଂଯୋଜନା କରିଥିଲେ

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମନୋହର ରନ୍ଧାରୀ ,ବିଧାୟକ ଦିବ୍ୟଶଙ୍କର ମିଶ୍ର ,ବିଧାୟକ ମନୋରମା ମହାନ୍ତି,ବିଧାୟକ ପ୍ରଦୀପ ଦିଶାରୀ
ପୂବର୍ତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ,ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ.ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ତଥାବିଭିନ୍ନ ବ୍ଲକ ର  ଅଧକ୍ଷ ଓ କର୍ମକର୍ତ୍ତା ମାନେ ଉଦବୋଧନ ଦେଇ ବିଜେଡି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking