28.1 C
Bhubaneswar
Wednesday, June 11, 2025
Homeଓଡିଶାବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ କଲେ ନବୀନ

ବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ କଲେ ନବୀନ

ଭୁବନେଶ୍ୱର: ବିଜେଡି ସାଙ୍ଗଠନିକ ପୁନର୍ବିନ୍ୟାସ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଛାମୁଆ ସଙ୍ଗଠନ ଆବାହକ ନିଯୁକ୍ତ ପରେ ପାଙ୍ଗଠନିକ ପୁନର୍ବିନ୍ୟାସ କରି ବରିଷ୍ଠ ଉକସଭାପତି, ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ବ ଦେଇଛନ୍ତି । ୭ ଜଣ ନେତାଙ୍କୁ ବରିଷ୍ଠ ଉପସଭାପତି କରାଯାଇଥିବା ବେଳେ ୮ ଜଣ ନେତାଙ୍କୁ ଉପସଭାପତି କରାଯାଇଛି । ୨୦ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ କରାଯାଇଥିବା ବେଳେ ୩୫ ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି ନବୀନ । ଏହାସହ ନବୀନଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି । ସେହିପରି ବିଜେଡିର ସଂଖ୍ୟାଲଘୁ ସେଲ୍ ମଧ୍ୟ ଗଠିତ ହୋଇଛି ।

୧୫ ବରିଷ୍ଠ ନେତା ଉପସଭାପତି

ବରିଷ୍ଠ ଉପସଭାପତି ଭାବେ ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ଏବଂ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ । ସେହିପରି ଉପସଭାପତି ଭାବେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ୱିନୀ ପାତ୍ର ଏବଂ ସାରଦା ନାୟକଙ୍କୁ ଦାୟିତ୍ବ ଦିଆଯାଇଛି ।

୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ

୨୦ ଜଣ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ ପଟ୍ଟନାୟକ । ମାନସ ମଙ୍ଗରାଜ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସହ କଳିକେଶ ସିଂହଦେଓ, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର, ସୁଶାନ୍ତ ସିଂ, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଳିକ, ଜଗନ୍ନାଥ ସାରକାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଅନନ୍ତ ନାରାୟଣ ଜେନା, ପ୍ରୀତିରଞ୍ଜନ ଘଡ଼େଇ, ରମେଶ ମାଝୀ, ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଧ୍ରୁବ ଚରଣ ସାହୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହାସହ ସୁବାସ ସିଂଙ୍କୁ ବିଜେଡିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

୩୫ ଜଣ ସାଧାରଣ ସମ୍ପାଦକ

୩୫ ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ତୁଷାରକାନ୍ତି ବେହେରା, ସୌଭିକ ବିଶ୍ବାଳ, ସାରଦା ପ୍ରସନ୍ନ ଜେନା, ବାସନ୍ତି ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣି କହଁର, ପ୍ରଦିପ୍ତ ଦୀସାରୀ, ସୁଶାନ୍ତ ରାଉତ, ବିଭୁତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ସର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ମୁକେଶ ପାଲ, ସ୍ବରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଷି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଇ ନାଏକ, ମାଧବ ସର୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନୀ ଏବଂ ଗିରିଷ ଦାସଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ରାଜନୈତିକ ବ୍ୟାପାର କମିଟି ଗଠିତ

ସେହିପରି ବିଜେଡିର ରାଜନୈତିକ ବ୍ୟାପାର କମିଟି ମଧ୍ୟ ଗଠିତ ହୋଇଛି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠନ ହୋଇଛି । ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଏବଂ ଡକ୍ଟର ସଂତୃପ୍ତ ମିଶ୍ର ଏଥିରେ ସଦସ୍ୟ ଅଛନ୍ତି ।

ସଂଖ୍ୟାଲଘୁ ସେଲ୍ ଗଠିତ

ଏହାସହ ବିଜେଡିର ସଂଖ୍ୟାଲଘୁ ସେଲ୍ ମଧ୍ୟ ଗଠିତ ହୋଇଛି । ଦିଲୀପ ତିର୍କୀ କମିଟିର ଆବାହକ ଅଛନ୍ତି । ରିଜୱାନା ବେଗମଙ୍କୁ ସହ ଆବାହକ କରାଯାଇଛି । ଏହାସହ ମୁଜିବୁଲ୍ଲା ଖାନଙ୍କୁ ଦକ୍ଷିଣାଞ୍ଚଳ ସହ-ଆବାହକ, ଆୟୁବ ଖାନଙ୍କୁ ପଶ୍ଚିମାଞ୍ଚଳ ସହ-ଆବାହକ ଏବଂ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରାଞ୍ଚଳ ସହ-ଆବାହକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking