ଭୁବନେଶ୍ୱର : ବିଧାନ ସଭାରେ ଉଠିଲା ଓଡିଆ ଅସ୍ମିତା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ଆକ୍ରମଣାତ୍ମକ ଭୂମିକା । ଆସନରେ ଛିଡାହୋଇ ପ୍ରତିବାଦ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓଡିଆ ଏଏସଓଙ୍କୁ ମାଡମାରିଥିଲେ । ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ । ମୁଁ ସରକାରରେ ଥିବାବେଳେ ମନ୍ତ୍ରୀ, ଏମପି ଓ ବିଧାୟକ କେହି ବାଦ୍ ପଡୁନଥିଲେ । ଆଇନ ଅନୁସାରେ ସରକାର ପଦକ୍ଷେପ ନିଅନ୍ତୁ ା