31.1 C
Bhubaneswar
Monday, March 23, 2026
Homeଓଡିଶାଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତୀ ଶିକ୍ଷକଙ୍କ ସହ କଥାହେଲେ ନବୀନ...

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତୀ ଶିକ୍ଷକଙ୍କ ସହ କଥାହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଓଡିଶାର ଦୁଇ କୃତି ଶିକ୍ଷକ ଡ଼କ୍ଟର ଦ୍ୱିତୀଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କରଙ୍କୁ ନବୀନ ପଟ୍ଟନାୟକ ଆଜି ବ୍ୟକ୍ତିଗତ ଭାବେ ଫୋନ କରି କଥା ହେଲେ ଓ ଅଭିନନ୍ଦନ ଜଣାଇଲେ । ସେମାନଙ୍କ ନିଷ୍ଠା ଓ ସାଧନା ର ଉଚ୍ଚ ପ୍ରଶଂସା କଲେ ଶିକ୍ଷା କରିଆରେ ହିଁ ଏକ ସଚେତନ ଓ ସଶକ୍ତ ସମାଜ ଗଠନ ହୋଇ ପାରିବ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସେ ଗର୍ବିତ ବୋଲି କହି ଉଭୟ ଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଜାତୀୟ ଶିକ୍ଷକ ସମ୍ମାନ ପାଇଁ ମନୋନୀତ ଡ଼କ୍ଟର ଦ୍ୱିତୀଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ବିଲେଶୁ ଆଦିବାସୀ ମଙ୍ଗଳ ବିଭାଗ ର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସନ୍ତୋଷ କୁମାର କର କଳାହାଣ୍ଡି ଜିଲ୍ଲା ଜୟଦୁର୍ଗା ହାଇସ୍କୁଲ ରେ ଶିକ୍ଷକ ଭାବରେ ଅବସ୍ଥାପିତ । ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଶୀର୍ବାଦ ଆହୁରି ଭଲ କାମ କରିବା ପାଇଁ ପ୍ରେରଣା ବୋଲି ସେମାନେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking