32.1 C
Bhubaneswar
Saturday, February 14, 2026
Homeଓଡିଶାକେନ୍ଦ୍ରାପଡା ଓ ଗଜପତି ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ...

କେନ୍ଦ୍ରାପଡା ଓ ଗଜପତି ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି। ଏହା ଭାରତ ସରକାର ଙ୍କ ରିପୋର୍ଟ କହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥର ଯଦି ବିଜେଡି କ୍ଷମତାକୁ ଅସିଥାନ୍ତା ତେବେ ଓଡିଶା ରୁ ଗରିବୀ ସମ୍ପୂର୍ଣ ଭାବରେ ଦୂର ହୋଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେ କହିଥିଲେ କେନ୍ଦ୍ରାପଡ଼ା ସବୁବେଳେ ତାଙ୍କ ପାଇଁ ଓ ବିଜୁ ବାବୁ ଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହି ଆସିଛି.ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାର ର ସମ୍ପର୍କ ବହୁତ ପୁରୁଣା । ଲୋକଙ୍କ ଭଲ ପାଇବା ଏବେବି ବିଜେଡି ପ୍ରତି ଅତୁଟ ରହିଛି ବୋଲି ମତ ଦେଇ ଶ୍ରୀ ପଟନାୟକ ବିଜେପି ସରକାର ର ମିଛ ପ୍ରତିଶ୍ରୁତି ସେ ସୁଭଦ୍ରା ଯୋଜନା ରେ ଦୁଇ ବର୍ଷ ରେ ପଚାଶ ହଜାର ଟଙ୍କା ହେଉ ଵା ମାଗଣା ବିଜୁଳି ଓ ଭତ୍ତା ସବୁ ବିଷୟ ରେ ଲୋକଙ୍କୁ ସଚେତନ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଦୁଃଖ ର କଥା ଭୁବନେଶ୍ୱର ପରି ଜାଗା ରେ ଥାନାରେ ମହିଳା ଅସୁରକ୍ଷିତ। ରାଜଭବନ ରେ କର୍ମଚାରୀ ମାଡ ଖାଉଛନ୍ତି। ରାଜ୍ୟ ରେ ଆଇନ ଶୃଙ୍ଖଳା ଥିବା ପରି ଲାଗୁ ନାହିଁ । ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ରାପଡା ବୈଠକ ସଂଯୋଜନା କରିଥିଲେ ଆଳି ବିଧାୟକ ପ୍ରତାପ ଦେବ। ଗଜପତି ବୈଠକ ସଂଯୋଜନା କରିଥିଲେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଗଣେଶ୍ୱର ବେହେରା,ବିଧାୟକ ଧ୍ରୁବ ସାହୁ ,ବିଧାୟକ ଅରବିନ୍ଦ ମହାପାତ୍ର ପୂବର୍ତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାୟକ ରୁପେଶ ପାଣିଗ୍ରାହୀ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର । ତଥାବିଭିନ୍ନ ବ୍ଲକ ର chairman ଓ କର୍ମକର୍ତ୍ତା ମାନେ ଉଦବୋଧନ ଦେଇ ବିଜେଡି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking