ଭୁବନେଶ୍ୱର: ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ସକାଳେ ସେ ଏଠାକୁ ଆସି ନିଜର ଆଖି ପରୀକ୍ଷା କରିଛନ୍ତି । ପୂର୍ବରୁ ଗତ ଜୁନ ମାସରେ ନବୀନଙ୍କ ସର୍ଜିକାଲ ଆଟ୍ରାଇଟ୍ସ ଅସ୍ତ୍ରୋପଚାର ହୋଇଥିଲା । ମୁମ୍ବାଇର ଏହି ଅପରେସନରେ ସୁସ୍ଥ ହୋଇ ଫେରିଥିଲେ ନବୀନ । ଆଜି ପୁଣି ଦୃଷ୍ଟି ସମସ୍ୟା ଦେଖାଦେଇଥିବାରୁ ଆଖି ଚେକଅପ ପାଇଁ ସେ ଏଲଭି ପ୍ରସାଦ ହସ୍ପିଟାଲକୁ ଆସିଥିଲେ ।










