ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ପ୍ରିୟ ଭାଇ ଓ ଭଉଣୀମାନେ ନମସ୍କାର । ପବିତ୍ର ଦୂର୍ଗାପୂଜା ଓ ଦଶହରାରେ ଅବସରରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଆସନ୍ତୁ ଏହି ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢେଇକୁ ଜୋରଦାର କରିବା ପାଇଁ ମାଙ୍କ ଆଶୀର୍ବାଦ ନେବା ।










