23.1 C
Bhubaneswar
Sunday, March 22, 2026
Homeଓଡିଶାଶରୀର ଓ ମନ ମଧ୍ୟରେ ସନ୍ତୁଳନ ଜରିଆରେ ଆଧ୍ୟାତ୍ମିକ ଉତ୍ତରଣ ସମ୍ଭବ: ନବୀନ

ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଜରିଆରେ ଆଧ୍ୟାତ୍ମିକ ଉତ୍ତରଣ ସମ୍ଭବ: ନବୀନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜନତା ମୈଦାନ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜୟନ୍ତୀ ତଥା ସତସଙ୍ଗ ବିହାର ମନ୍ଦିର ରେ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଜନତା ମୈଦାନ ରେ ଠାକୁର ଙ୍କ ଭକ୍ତ ମାନଙ୍କ ର ଏକ ଭବ୍ୟ ସମ୍ମେଳନ ର ଆୟୋଜନ କରାଯାଇଥିଲା . ଏହି କାର୍ଯ୍ୟକ୍ରମ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଠାକୁର ଙ୍କ ଚିତ୍ର ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ତର୍ପଣ ପୁସ୍ତିକା ର ଶୁଭ ଉନ୍ନ୍ମୋଚନ କରିଥିଲେ. ଏହି ଅବସରରେ ସମବେତ ଭକ୍ତ ମଣ୍ଡଳୀ ଙ୍କୁ ଉଦବୋଧନ ଦେଇ ଶ୍ରୀ ପଟନାୟକ କହିଥିଲେ ଯେ ସେବା ଓ ପ୍ରେମ ପରି ଦିବ୍ୟ ଗୁଣ ସହିତ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଉପରେ ଶ୍ରୀ ଠାକୁର ଗୁରୁତ୍ୱ ଦେଉଥିଲେ.ବର୍ତମାନ ର ବ୍ୟସ୍ତ ବହୁଳ ଜୀବନରେ ଠାକୁର ଙ୍କ ବାଣୀ ର ବିଶେଷ ପ୍ରାସଙ୍ଗିକତା ରହିଛି ବୋଲି ମତ ଦେଇ ଶ୍ରୀ ପଟନାୟକ ଉଭୟ ମନ ଓ ଶରୀର ମଧ୍ୟରେ ସନ୍ତୁଳନ ରକ୍ଷା ଜରିଆରେ ଆଧ୍ୟାତ୍ମିକ ଉତ୍ତରଣ ସମ୍ଭବ ହୋଇପାରିବ ବୋଲି କହିଥିଲେ. ସମାଜ ରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ଦିଗରେ ସତସଙ୍ଗ ମଣ୍ଡଳୀ ର ନିଷ୍ଠାପର କାର୍ଯ୍ୟ ର ଶ୍ରୀ ପଟନାୟକ ଉଚ୍ଚ ପ୍ରଶଂସା କରିଥିଲେ.
ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ ରାଉତ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking