27.1 C
Bhubaneswar
Wednesday, March 25, 2026
Homeଓଡିଶାନୂଆବର୍ଷରେ ନବୀନଙ୍କୁ ତଥାଗତଙ୍କ ଟାର୍ଗେଟ

ନୂଆବର୍ଷରେ ନବୀନଙ୍କୁ ତଥାଗତଙ୍କ ଟାର୍ଗେଟ

ଭୁବନେଶ୍ୱର : ଗତ ନିର୍ବାଚନରେ ବିଜେଡିର ପରାଜୟବରଣ ପଛର କାରଣ ହେଉଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ନୂଆବର୍ଷରେ ନବୀନଙ୍କୁ ଏପରି ଟାର୍ଗେଟ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ। ନିଜର ସମ୍ପାଦକୀୟ ଜରିଆରେ ତଥାଗତ ବିଜେଡିର ପରାଜୟ ପଛରେ ରହିଥିବା ବିଭିନ୍ନ କାରଣ ଉପରେ ଆଲୋକପାତ କରି ନବୀନଙ୍କୁ ସିଧାସଳଖ ଦୋଷ ଦେଇଛନ୍ତି। ପରାଜୟ ପାଇଁ ପାଣ୍ଡିଆନ କିମ୍ବା ବିଜେପି ଦାୟୀ ନୁହନ୍ତି। ନବୀନ ଦାୟୀ ବୋଲି ସେ ଲେଖିଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଆଇଏଏସ ଅଧିକାରୀମାନେ ଅବସର ପରେ ଜନ୍ମସ୍ଥାନକୁ ଫେରିଯାଆନ୍ତି। କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ଓଡ଼ିଆଙ୍କୁ ତାଚ୍ଛଲ୍ୟ କଲେ।

ନବୀନ ଭାବିଥିଲେ ସେ ଛେଳି, ବିଲୁଆ, ମେଣ୍ଢା, ଯାହାକୁ ଛିଡ଼ା କରିଦେବେ ସେ ଜିତିଯିବେ। ନବୀନ ଓଡ଼ିଶାକୁ ନିଜର ଜାଗିରି ବୋଲି ଧରି ନେଇଥିଲେ। ଦଳ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଲୋକଙ୍କୁ ନବୀନ ଅଣଦେଖା କରିଥିଲେ। ମୁଷ୍ଟିମେୟଙ୍କୁ ଧରି ଶାସନ କଲେ। ୨୦୦୯ ପର୍ଯ୍ୟନ୍ତ ବିଜେପି ସମର୍ଥନରେ ବିଜେଡି କ୍ଷମତାରେ ରହିଥିଲା। ପ୍ୟାରୀ ମୋହନ ମହାପାତ୍ର ପକାଇଥିବା ଭିତ୍ତିଭୂମି ଯୋଗୁ ବିଜେଡି ୨୦୦୯ରେ ଏକାକୀ ନିର୍ବାଚନ ଜିତିଲା। ପ୍ୟାରୀଙ୍କ ଭଳି ଦଳର ଅନେକ ସଦସ୍ୟଙ୍କୁ ଯୋଗୁ ବିଜେଡି ୨୪ ବର୍ଷ ଧରି କ୍ଷମତାରେ ରହିପାରିଥିଲା। ହେଲେ ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା। ନବୀନଙ୍କ ପାଇଁ ଯଦି ବିଜେଡି ୫ଥର ଜିତିଥିଲା, ୬ଷ୍ଠ ଥର ଯେଉଁ ପରାଜୟ ଘଟିଲା ତାହା ବି ନବୀନଙ୍କ ପାଇଁ ବୋଲି ତଥାଗତ ସମ୍ପାଦକୀୟରେ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking