21.1 C
Bhubaneswar
Saturday, February 14, 2026
Homeଓଡିଶାଅନୁଗୁଳ ଜିଲ୍ଲା ର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଅନୁଗୁଳ ଜିଲ୍ଲା ର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ମୌସୁମୀ ପରେ ଜିଲ୍ଲା ବୁଲିବେ ବୋଲି ସୂଚନା ଦେଲେ ନବୀନ ପଟ୍ଟନାୟକ.

ସମସ୍ତେ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ
ଏବଂ ଆଗାମୀ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ରହିବାକୁ ପରାମର୍ଶ ଦେଲେ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ ଅନୁଗୁଳ ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା.

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଥିଲା.ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା.ବିଜେଡି ସରକାର ସମୟରେ ଜିଲ୍ଲା ର ବିକାଶ ପାଇଁ ଅନେକ କାମ ହୋଇଥିଲା. ବିଭିନ୍ନ ପଂଚାୟତ ଓ ପୌର ପରିଷଦ ରେ ବିଜେଡି ର ସ୍ଥିତି ମଜବୂତ ରହିଛି.ତେଣୁ ପୂର୍ବ ପରି ଅଧିକ ନିଷ୍ଠା ର ସହ ଲୋକଙ୍କ ସେବା ଜାରିରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ.

ବିଜେଡି ସରକାର ସମୟ ରେ ଗରିବୀ ହ୍ରାସ ପାଇଁ ଅନେକ କାମ ହୋଇଛି. ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦% ରୁ କମି ଦଶ % ରେ ପହଂଚିଛି. ବିକାଶ ର ବିଭିନ୍ନ ସୂଚକଙ୍କ ରେ ଓଡିଶା ଭଲ ପ୍ରଦର୍ଶନ କରିଛି. ବିଜେଡ଼ି ସରକାର ସମୟ ର ଭଲ କାମ ବିଷୟରେ ଲୋକ ଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପି ର ମିଛ ଲୋକଙ୍କୁ ଜଣାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ.

ଶ୍ରୀ ପଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କ କୁ ଅଧିକ ମଜବୁତ କରିବାକୁ ହେବ.ଏଥିପାଇଁ ଦଳ ର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ.

ମୌସୁମୀ ପରେ ଜିଲ୍ଲା ବୁଲିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ.

ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ
ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇଥିଲେ
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ବ୍ରଜ ପ୍ରଧାନ ପୂଜାରୀ ,ବିଧାୟକ ଶ୍ରୀ ନଳିନୀ ପ୍ରଧାନ ପୂର୍ବତନ ବିଧାୟକ ମହେଶ ସାହୁ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ପ୍ରମୁଖ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ, ପଂଚାୟତ ଓ ପୌର ପାଳିକା ର ପ୍ରତିନିଧି ମାନେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking