ଭୁବନେଶ୍ୱର: ନବୀନଙ୍କ ପୋଲ ଖୋଲିଲେ ସାଂସଦ ପ୍ରତାପ ଶଡଙ୍ଗୀ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ , ପଠେଇଥିଲେ ନେତା । ଘୋଡା ବେପାରରେ ନବୀନ ମାହିର । ୩ ଜଣ ବିଧାୟକଙ୍କୁ ପଠାଇଥିଲେ ମୁଁ ମନା କରିଥିଲି । ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି , କ୍ଷମତା ଆଉ ନାହିଁ । ସେଥିପାଇଁ ଘୋଡା ବେପାର କଥା କହୁଛନ୍ତି, ବିଜେପି ଘୋଡା ବେପାର କରୁନି । ଏପଟେ ଜୟନାରାୟଣ ମଧ୍ୟ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି , ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି । ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ । ବିଜେଡି ବୁଡିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ । ଏଥିରୁ ନବୀନ ପରାଜୟ ସ୍ୱୀକାର କରୁଥିବା ଜଣାପଡିଗଲାଣି ।








