18.1 C
Bhubaneswar
Monday, January 12, 2026
Homeଓଡିଶା୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ

୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର : ଆଜି ସନ୍ଧ୍ୟା ରେ ନବୀନ ନିବାସ ରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ର ୧୦ ଜଣ ବିଧାୟକ ଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ଦଳର ସଂଗଠନ କୁ ମଜବୂତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ବିକାଶ କାମ ବିଷୟ ରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧା କୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ। ଏହା ସହିତ ବିଧାୟକ ମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଶ୍ରୀ ପଟ୍ଟନାୟକ ପଚାରି ବୁଝିଥିଲେ। ବିଜୁ ଜନତା ଦଳ ର ଆଦର୍ଶ ରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ଆଜିର ବୈଠକ ରେ ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟିକା ସୁଜାତା ସାହୁ,ବିଧାୟକ ସର୍ବଶ୍ରୀ ବିଶ୍ଵରଞ୍ଜନ ମଲ୍ଲିକ,ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ପ୍ରଦୀପ ସାହୁ,ତୁଷାର କାନ୍ତି ବେହେରା,ନବ ମଲ୍ଲିକ,ସାରଦା ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking