ଭୁବନେଶ୍ୱର: ଛାଇକୁ ଭୟ କରନ୍ତି ନବୀନ । ଏଭଳି କିଛି ଢଙ୍ଗରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନଙ୍କଙ୍କୁ ସିଧା ନିଶାନା କରିଛନ୍ତି, ବରିଷ୍ଠ ନେତା ରବି ପାଣି । ନବୀନ ବିଜୟଙ୍କ ପୁଅକୁ ଡାକି ଆଣି ଦଳରେ ସାମିଲ କରାଇଲେ,ସେତେବେଳେ କଣ ବିଜୟଙ୍କୁ ପଚାରିଥିଲେ । ସେତେବେଳେ ବିଜୟ ଆଉ ନଳିନୀଙ୍କୁ ବାହାର କରି କହିଥିଲେ, ଦୁର୍ନୀତିଗ୍ରସ୍ତ ଆଉ ଏବେ ବି ସେୟା । ଯେଉଁମାନେ ଗତକାଲି ବିଶ୍ୱାସଘାତକ ଏବଂ ଦୁର୍ନୀତିଗ୍ରସ୍ତ କହୁଥିଲେ, ସେମାନେ ମେ ୨୯ ରେ କଣ କରିଥିଲେ ବୋଲି କହି ଅତନୁ ସବ୍ୟସଚୀଙ୍କୁ ସେ ନିଶାନା କରିଛନ୍ତିା ଏପରିକି ନବୀନଙ୍କ ପାଖରେ ଘେରିକି ଅଛନ୍ତି ଅନେକ ବିଶ୍ୱାସଘାତକ । ନବୀନ କଣ କୋଳି କାଇ ମଞ୍ଜି ପୋତିଛନ୍ତି କି । ସବୁବେଳେ ରହିବେ । ଆମେ ୫୦ ୬୦ ସବୁବେଳେ ପୋତୁଛୁ । ଓଡିଶା ବୁଲୁଛୁ । ନୂଆ ସମୀକରଣ କଥା ଚିନ୍ତା ବି କରାଯାଉଛି । ବିଜୁ ବାବୁ ଟିକେ ଭୁଲ ପାଇଁ ୪୫ କୁ ଖସି ଆସିଲେ । ଆଉ ନବୀନ ଏବେ ଜିରୋ । ନବୀନ ବାବୁ ଆଗରୁ କହୁଥିଲେ ହାତ ହଲାଇଲେ ଭୋଟ । ନୂଆପଡାରେ ଦଳର ଅବସ୍ଥା କଣ ହେଲା, ତାହା ସମସ୍ତେ ଜାଣିଛନ୍ତିା ଦୁଇ ବିଧାୟକଙ୍କ ଉପରେ ଆକ୍ସନ ବୁମେରାଂ ହୋଇପାରେ ବୋଲି କହି ବଡ ଇସାରା ଦେଇଛନ୍ତି, ରବି ପାଣି । ଅରବିନ୍ଦଙ୍କୁ ନିଲମ୍ବନ ପରେ ବିଜୟଙ୍କ ଘରକୁ ଯାଇଥିଲେ ବରିଷ୍ଠ ନେତା ରବି ପାଣି । ଭୁବନେଶ୍ୱର ସ୍ଥିତ ବିଜୟଙ୍କ ବାସଭବନକୁ ଯାଇ ଆଲୋଚନା କରିଛନ୍ତି । ରବିଙ୍କ ଅଭିଯୋଗ ନେଇ ଅତୁନୁ ସବ୍ୟସଚୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।










