24.1 C
Bhubaneswar
Friday, December 26, 2025
Homeଓଡିଶାନବୀନ ନେତାଙ୍କୁ ମାରିଛନ୍ତି: ରାଜସ୍ୱ ମନ୍ତ୍ରୀ

ନବୀନ ନେତାଙ୍କୁ ମାରିଛନ୍ତି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ନବୀନଙ୍କୁ କଡା କାଉଣ୍ଟର କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନଙ୍କୁ ବିତର୍କ ପାଇଁ ଆହ୍ୱାନ ଦେଲେ ସୁରେଶ ପୂଜାରୀ । କହିଲେ, ଆଇନଶୃଙ୍ଖଳା କଥା କହୁଛନ୍ତି ଯଦି ଗୃହରେ ମୁଲତବି ପ୍ରସ୍ତାବ ଆଣନ୍ତୁ । ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ବିଜେପି ଜନସେବାରେ ବ୍ୟସ୍ତ ଅଛି, ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି । ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ବିଜେଡି ନେତାଙ୍କୁ ରଖିପାରୁନି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କ୍ଷମତା ହେଉଛି ଫେଭିକଲ ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ । ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି , କେବେ କାହାକୁ ତିଆରି କରି ନାହାନ୍ତି । ଏପଟେ ଆଜି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ମଞ୍ଚରୁ ସରକାରଙ୍କୁ କଡା ନିଶାନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି , ବିଜେଡି ଆଗାମୀ ୧୦୦ ବର୍ଷ ଯାଏଁ ରହି । କେବେ ଭାଙ୍ଗିବନି । ବିଜେଡି ଭାଙ୍ଗିବା ନେଇ ରାଜ୍ୟରେ ଅପପ୍ରଚାର କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking