ଭୁବନେଶ୍ୱର : ପ୍ରୟାଗରାଜ ମହାକୁମ୍ଭରେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୌନୀ ଅମାବାସ୍ୟାରେ ଏହି ଅମୃତ ସ୍ନାନ କରିବାକୁ ବିଳମ୍ବିତ ରାତିରୁ ତ୍ରିବେଣୀ ସଂଗମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
Deeply saddened to learn about the loss of lives in stampede ahead of Mauni Amavasya holy dip in the ongoing #Mahakumbh Mela in Uttar Pradesh’s #Prayagraj. My thoughts and prayers are with those who have lost their loved ones. Wishing speedy recovery of those who sustained…
— Naveen Patnaik (@Naveen_Odisha) January 29, 2025
ବୁଡ଼ ପକାଇବାକୁ ବ୍ୟାରିକେଡ ଭାଙ୍ଗି ଲୋକେ ପଶି ଆସିଥିବାବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଶ୍ରଦ୍ଧାଳୁ ମୃତ୍ୟୁ ପାଇଁ ସେ ଶୋକ ପ୍ରକାଶ କରିଛନ୍ତି । ନିଜ ପ୍ରିୟଜନଙ୍କୁ ହଇଥିବା ଲୋକଙ୍କୁ ସମାବେଦନା ଜଣାଇବା ସହ ଆହାତଙ୍କ ଆରୋଗ୍ୟ କାମନା କରିଛନ୍ତି ନବୀନ ।










