ଭୁବନେଶ୍ୱର: ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ । ଏହା ସହ ସେ ଆହୁରି କହିଛନ୍ତି ଯେ ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି । ବିକ୍ରମ ପଣ୍ଡା ଦାୟିତ୍ଵ ନେବା ପରେ ଧୀରେ ଧୀରେ ରିକଭରି କରୁଥିଲୁ । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେଲେ ବି ସେ ସମୟ ଦେଇପାରି ନାହାଁନ୍ତି । ଗଞ୍ଜାମ ପ୍ରତି ନିରନ୍ତର ଭାବେ ପାତର ଅନ୍ତର ନୀତି ଆପଣା ଯାଉଛି । ନବୀନ ବାବୁଙ୍କ ନଜରକୁ ଆସିବା ଦରକାର ଗଞ୍ଜାମ । ଗୋଟିଏ ଦୁଇଟି ନେତାଙ୍କୁ ରିପିଟ୍ କରାଯାଉଛି, ଅନ୍ୟଙ୍କୁ ଦାୟିତ୍ଵ ଦିଆଯାଉନି । ଶଙ୍ଖ ଭବନରେ ବସୁଥିବା ନେତାଙ୍କୁ ଜଣାଇଛି, କେହି ଦୃଷ୍ଟି ଦେଉନାହାଁନ୍ତି । ଗଞ୍ଜାମ ଜିଲ୍ଲାର ୧୦ଟି କନଫର୍ମ ସିଟ୍କୁ ଜାଣି ଶୁଣି ହରାଇ ଦିଆଗଲା । ସେଥିପାଇଁ ନବୀନ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହୋଇଛନ୍ତି । ଦଳ ଯେଉଁମାନଙ୍କୁ ଦାୟିତ୍ଵ ଦେଇଥିଲା, ଗଞ୍ଜାମରେ ସେମାନେ ହରାଇଲେ । ନବୀନ ବାବୁ ସୁସ୍ଥ ହୋଇ ଫେରିବା ପରେ ଭେଟିବାକୁ ଯାଇଥିଲି, ସମୟ ଦେଲେନି ।









