19.1 C
Bhubaneswar
Wednesday, December 24, 2025
Homeଓଡିଶାତୁରନ୍ତ ପର୍ଯ୍ୟାପ୍ତ ପରିମାଣ ରେ କ୍ଷତିପୂରଣ ଦେବା ପାଇଁ ନବୀନ ପଟନାୟକ ଙ୍କ ଦାବୀ.

ତୁରନ୍ତ ପର୍ଯ୍ୟାପ୍ତ ପରିମାଣ ରେ କ୍ଷତିପୂରଣ ଦେବା ପାଇଁ ନବୀନ ପଟନାୟକ ଙ୍କ ଦାବୀ.

ଚାଷୀ ଦୁଃଖ ରେ ଅଛନ୍ତି

ଭୁବନେଶ୍ୱର : ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ ରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଶେରଗଡ଼ ର ଟକରଡ଼ା,ହିଞ୍ଜିଳି ର ପୋଡିଙ୍ଗି.ଆସ୍କା ର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟ ର ଭରସାଗାଁ ଆଜି ଅଞ୍ଚଳ ରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ଏହି ସମୟରେ ହଜାର ହଜାର ଛାଡି,ମହିଳା ଶ୍ରୀ ପଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ.ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ରେ ଆସିନାହାନ୍ତି. ବର୍ଷା ସମ୍ପର୍କରେ ସରକାର ଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ. ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାର ଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ.

ଶ୍ରୀ ପଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସ ସେ ସବୁବେଳେ ଚାଷୀ ଭାଇ ଭଉଣୀ ଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ. ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚି ଯାଇ ଥାନ୍ତା ବୋଲି ଶ୍ରୀ ପଟନାୟକ ମତ ଦେଇ କହିଥିଲେ ଯେ ଗଞ୍ଜାମ ର ଚାଷୀକୁଳ ଦୁଃଖ ରେ ଅଛନ୍ତି.ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି.ତେଣୁ କାଳ ବିଳମ୍ବ ନ କରି ତୁରନ୍ତ ଚାଷୀ ଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି.
ସେ ସବୁବେଳେ ଚାଷୀ ମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ.

ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ରେ ବ୍ୟାପକ ଫସଲ କ୍ଷତି ଘଟିଛି ଓ ଚାଷୀ ଦୁଃଖ ରେ ଅଛନ୍ତି ବୋଲି ଶ୍ରୀ ପଟନାୟକ
ମତବ୍ୟକ୍ତ କରିଥିଲେ.

ଚାଷୀ ଙ୍କ ଦୁଃଖ ସମୟରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଉଦବେଗ ପ୍ରକାଶ କରି ଶ୍ରୀ ପଟନାୟକ ଚାଷୀଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ସହାୟତା ଘୋଷଣା କରିବାକୁ ଦୃଢ଼ ଦାବୀ ଜଣାଇଛନ୍ତି .

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking