ଭୁବନେଶ୍ୱର: କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ତଥା ବିଶିଷ୍ଟ ସମାଜସେବୀ ବିମଳ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ଶୋକବାର୍ତ୍ତା ରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ବିମଳ ଦାସ ବିଜୁ ବାବୁଙ୍କ ଘନିଷ୍ଠ ଅନୁଗାମୀ ଥିଲେ ଓ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଥିଲେ।ଶ୍ରୀ ପଟ୍ଟନାୟକ, ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।










