ଭୁବନେଶ୍ୱର: ପାଟକୁରା ଡେରାବିଶ ବ୍ଲକରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଗଲେ ଅରବିନ୍ଦ । ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱର ପଯ୍ୟନ୍ତ ଗଲେ । ଲାଲ ବାହାଦୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ ଅରବିନ୍ଦା ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଦଗେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କଲେ । କହିଲେ ନବୀନ ବାବୁ ମିଛ କହିଛନ୍ତି, ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି । ୧୫ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି । ମୋ ନାଁ ଖରାପ କରିବା ପାଇଁ ଚେଷ୍ଟା କରିଛନ୍ତି ମାତ୍ର ବିଚଳିତ ନୁହେଁ । ପାଟକୁରାବାସୀ ଜିତାଇଛନ୍ତି, ବିଧାନସଭାରେ ପାଟକୁରା ସ୍ୱର ଉଠାଇବି ।










