ନୂଆପଡା: ନୂଆପଡାରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେଠାରେ ଲୋକଙ୍କୁ ହାତ ହଲାଇ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି । ରୋଡ ସୋ ମଧ୍ୟ କରିଛନ୍ତି । ବିଜେଡି ପ୍ରଚାର ମୈଦାନକୁ ଓହ୍ଲାଇଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିବାକୁ ନୂଆପଡା ଆସିଛନ୍ତି ନବୀନ। ନବୀନଙ୍କୁ ଦେଖିବା ପାଇଁ ସଭାରେ ଜନସମାଗମ ଦେଖାଦେଇଛି । ଆଗକୁ ନୂଆପଡା ଉପନିର୍ବାଚନ ଥିବାରୁ ବିଜେଡି , ବିଜେପି , କଂଗ୍ରେସ ଯିଏ ଯାହା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ଯାଉଛନ୍ତି । ଗତକାଲି ବିଜେପି ନୂଆପଡା ଉପ ନିର୍ବାଚନ ପାଇଁ ରୋଡ ସୋ କରିଥିଲା । ଜୟ ଢେଲକିଆ ପାଇଁ ମଧ୍ୟ ଭୋଟ ମାଗିଥିଲା । ଏବଂ ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଥିଲା ଦଳ । ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ।










