ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା । ଅନେକ ଅଞ୍ଚଳରେ ରାସ୍ତା ଅବରୋଧ ହେବା ସହ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଛି ା ଉତ୍ତରାଖଣ୍ଡରେ ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପାଗର ସୁଧାର ନଆସିବା ଯାଏଁ ଲୋକଙ୍କୁ ସତର୍କ ରହିବାକୁ ଅନୁମତି ଦିଆଯାଇଛି । ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଜାତୀୟ ରାଜପଥର ଅନେକ ସ୍ଥାନରେ ପ୍ରବଳ ଭୁସ୍ଖଳନ ଏବଂ ଭଗ୍ନାବଶେଷ ପଡିବା ଯୋଗୁଁ ରାସ୍ତାଗୁଡିକ ସମ୍ପୁଣ୍ଣ ବନ୍ଦ ରହିଛି । ବିଳମ୍ବିତ ରାତିରୁ ସିରୋବାଗଡରେ ବଦ୍ରିନାଥ ରାଜପଥ ବନ୍ଦ ରହିଛି । ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହାନ ଫସି ରହିଛି । ଗଙ୍ଗା, ଯମୁନା ନଦୀରେ ପ୍ରବଳ ଜଳ ହେତୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ଉତ୍ତରାକ୍ଷି ଜିଲ୍ଲାର ସିଲାଇ ବନ୍ଦ ଅଞ୍ଚଳରେ ଭୁସ୍ଖଳନ ଯୋଗୁଁ ୯ ଜଣ ଶ୍ରମିକ ନିଖୋଜ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ , ଏସଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି । ହିମାଚଳ ପ୍ରଦେଶର କାଙ୍କଡା, ମାଣ୍ଡି, ସୋଲାନ ଏବଂ ସିରମୌରରେ ରେଡ ଆଲର୍ଟ ଜଆରି କରାଯାଇଛି । ରାଜ୍ୟରେ ଏଯାବତ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୬ ଜଣ ଆହତ ଅଛନ୍ତି । ୯ ଜଣ ନିଖୋଜ ଅଛନ୍ତି । ବାଦଲ ଫଟା ବର୍ଷା ଯୋଗୁଁ କାଙ୍କଡା ଏବଂ କୁଲୁରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ସେ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସମସ୍ତ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗ ସୋମାବାର ପାଇଁ ଉତ୍ତରାଖଣ୍ଡ ନିମନ୍ତେ ରେଡ ଆଲର୍ଟ ଜାରି କରିଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଓ ବଜ୍ରାପାତ ହେବ ବୋଲି ଚେତାବନୀ ଦେଇଛି ।