31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆସାମରେ ପ୍ରକୃତିର ତାଣ୍ଡବ : ୫ ମୃତ

ଆସାମରେ ପ୍ରକୃତିର ତାଣ୍ଡବ : ୫ ମୃତ

ଗୁଆହାଟୀ : ଆସାମରେ ବନ୍ୟା । ଅସ୍ତବ୍ୟସ୍ତ ଜନଜୀବନ । ବନ୍ୟା ଯୋଗୁ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି । ଆସାମର କରୀମଗଂଜ ଜିଲ୍ଲାର ବଦରପୁର ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୩ ଜଣ ଶିଶୁଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। କରୀମଗଂଜର ପୁଲିସ ଅଧୀକ୍ଷକ ପାର୍ଥ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବନ୍ୟା କାରଣରୁ ୧୫ଟି ଜିଲ୍ଲାର ୧ ଲକ୍ଷ ୬୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ଚଳିତ ବର୍ଷ ୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅନୁସାରେ ବ୍ରହ୍ମପୁର ନଦୀର ଶାଖାନଦୀ କୋପିଲୀର ଜଳସ୍ତର ନାଗାଁ ଜିଲ୍ଲାର କାମପୁରକୁ ବିପଦ ସଂକେତ ଦେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର କୁହାଯାଇଛି ଯେ, ଗୁଆହାଟୀରେ ପ୍ରବଳ ବର୍ଷା ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking