31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବାଂଲାଦେଶରେ ଦେଶବ୍ୟାପୀ କର୍ଫ୍ୟୁ

ବାଂଲାଦେଶରେ ଦେଶବ୍ୟାପୀ କର୍ଫ୍ୟୁ

ଢାକା : ପୁଣି ଥରେ ବାଂଲାଦେଶରେ ହିଂସା ଆରମ୍ଭ ହୋଇଛି। ରବିବାର ଏହି ହିଂସାରେ ୯8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ସପ୍ତାହେ ତଳେ ଦେଶରେ ସଂରକ୍ଷଣ ବିରୋଧୀ ହିଂସାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ଏବେ ଏହି ସଂରକ୍ଷଣ ପ୍ରସଙ୍ଗକୁ ଆଧାର କରି ରବିବାର ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଜାର ହଜାର ସଂଖ୍ୟାରେ ହିଂସାକାରୀ ରାସ୍ତାକୁ ଓହ୍ଲାଇ ଗାଡି ମୋଟର ପୋଡାଜଳା କରିଛନ୍ତି। ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ ସହିତ ଗୁଳିମାଡ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦେଶବ୍ୟାପୀ ହୋଇଥିବା ସଂଘର୍ଷରେ ୧୪ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଢାକା ସମେତ ବେଗ୍ରା, ପାବନା, ରଙ୍ଗପୁର, ମୁଗୁରା ଓ କୋମିଲାରେ ହିଂସାକାଣ୍ଡ ଘଟିଛି। ହିଂସାକୁ ଦେଖି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା ୬ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ​‌ହସିନା କହିଛନ୍ତି ଯେ ଦେଶରେ ଏବେ ଯେଉଁ ବିକ୍ଷୋଭ ଆରମ୍ଭ ହୋଇଛି ତାହା ଛାତ୍ର ଆନ୍ଦୋଳନ ନୁହେଁ। ଆତଙ୍କବାଦୀମାନେ ଏହି ହିଂସା ଆରମ୍ଭ କରିଛନ୍ତି। ତେଣୁ ହିଂସାକୁ ଦୃଢ ହସ୍ତରେ ଦମନ କରିବାକୁ ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ବିକ୍ଷୋଭ ନାମରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ହିଂସାକୁ ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା କମିଟିର ଜରୁରୀ ବୈଠକ କରିଛନ୍ତି। ଏହା ସହିତ ଦେଶବାସୀଙ୍କୁ ମଧ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ବାନ ଦେଇଛନ୍ତି। ହିଂସାକାରୀମାନେ ଶାସକ ଆୱାମୀ ଲିଗ୍‌ର ୪ଜଣ କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଯେଉଁ ହିଂସା ଆରମ୍ଭ ହୋଇଛି ତାହା ଶାସକ ଓ ବିରୋଧୀ ଦଳ ମଧ୍ୟରେ ହିଂସା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking