30.1 C
Bhubaneswar
Thursday, February 5, 2026
Homeଓଡିଶାଉତ୍କଳ ସାମ୍ବାଦିକ ସଂଘର ବ୍ୟାସନଗର ଶାଖା ପକ୍ଷରୁ ଜାତୀୟ ସାମ୍ୱାଦିକ ଦିବସ ପାଳିତ

ଉତ୍କଳ ସାମ୍ବାଦିକ ସଂଘର ବ୍ୟାସନଗର ଶାଖା ପକ୍ଷରୁ ଜାତୀୟ ସାମ୍ୱାଦିକ ଦିବସ ପାଳିତ

ଯାଜପୁର: ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲା ଶାଖା ର ବ୍ୟାସନଗର ଶାଖା ପକ୍ଷରୁ ରବିବାର ଜାତୀୟ ସାମ୍ୱାଦିକ ଦିବସ ପାଳିତ ହୋଇଯାଇଛି। ଓଡିଆ ସାମ୍ବାଦିକ ଜଗତର ପିତାମହ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଗୋପବନ୍ଧୁ ଛକ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଜିଲା ସାଧାରଣ ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି ଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ଜିଲା କାର୍ଯ୍ୟକାରୀ ସଭାପତି ରଙ୍ଗ ବଲ୍ଲଭ ସାହୁ, ବ୍ୟାସନଗର ପୌରାଞ୍ଚଳ ସଂଯୋଜକ ଯଜ୍ଞଦତ୍ତ ତ୍ରିପାଠୀ, ଜିଲା ସମ୍ପାଦକ ଶୁଭାଶିଷ ରାଉତ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରଦୀପ ଚାନ୍ଦ, ବରିଷ୍ଠ ସାମ୍ବାଦିକ ପ୍ରକାଶ ରାଉତ ରଜତ ସାହା, ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ୍ ସଭାପତି ଶରତ ପଥାଳ, ଉପଦେଷ୍ଟା ଅଭିମନ୍ୟୁ ମିଶ୍ର, ବରିଷ୍ଠ ସଭ୍ୟ ସର୍ବଶ୍ରୀ ପ୍ରଦ୍ୟୁମ୍ନ ବୋଇତାଇ, ସୁଦିପ ମିଶ୍ର, ପ୍ରଶାନ୍ତ କୁମାର ପାତ୍ର, ପଦ୍ମଲୋଚନ ନାୟକ, ଚକ୍ରଧର ଦାସ, ସନ୍ତୋଷ ରଥ, କଳ୍ପତରୁ ଧୀର ଓ ସନ୍ତୋଷ ସେଠୀ ପ୍ରମୁଖ ସାମିଲ୍ ରହିଥିଲେ। ସାମ୍ବାଦିକ ନିର୍ଭୀକ ସମ୍ବାଦ ପରିବେଷଣ କରିବା ଓ ଐକ୍ୟବଦ୍ଧ ହୋଇ ରହିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking