24.1 C
Bhubaneswar
Tuesday, February 10, 2026
Homeଓଡିଶାଜାତୀୟ ପେନସନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜାତୀୟ ପେନସନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ରୋଡ ସ୍ଥିତ ସ୍ଥାନୀୟ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରଠାରେ ଓଡିଶା ସରକାରଙ୍କ ଅର୍ଥ ବିଭାଗ ତଥା କୋଷାଗାର  ଓ ପରିଦର୍ଶନ ନିର୍ଦ୍ଦେଶାଳୟ ଭୁବନେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯାଜପୁର ରୋଡ ସ୍ୱତନ୍ତ୍ର କୋଷାଗାର ଦ୍ୱାରା ଏକ ଜାତୀୟ ପେନସନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ଡିଡିଓ ଏବଂ ପେନସନ ଭୋକ୍ତାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯାଜପୁର ରୋଡ ସ୍ଥିତ ସ୍ୱତନ୍ତ୍ର କୋଷାଗାର ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲଳିତା ସାହୁ, ଅତିରିକ୍ତ କୋଷାଗାର ଅଧିକାରୀ, ଆକାଉଣ୍ଟ ଅଧିକାରୀ ଶ୍ରୀମତୀ ରାଜଲଷ୍ମୀ ବେହେରା, ଶ୍ରୀମତୀ ଶୋଭନା ଲେଙ୍କା ଏବଂ ଶ୍ରୀ ବିଭୁ ପ୍ରସାଦ ଜେନା ଉପସ୍ଥିତ ରହି ଜାତୀୟ ପେନସନ ଯୋଜନା ଉପରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯାହା ଫଳରେ ଜାତୀୟ ପେନସନ ଉପରେ ଥିବା ସନ୍ଦେହ ଦୂର ହୋଇପାରିଥିଲା। ସେହିପରି ଯାଜପୁର ଜିଲ୍ଲା କୋଷାଗାରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ଦୀପ୍ତିମାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଷାଗାର ନିର୍ଦ୍ଦେଶାଳୟର ରିସୋର୍ସ ପର୍ସନମାନେ ଯୋଗ ଦେଇଥିଲେ। ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ଡିଡିଓ ଉପସ୍ଥିତ ଥିଲେ। ଅତିରିକ୍ତ କୋଷାଗାର ଅଧିକାରୀ ଶ୍ରୀମତୀ ସ୍ୱର୍ଣଲତା ସଏ, ସୁମିତ କୁମାର ଅଗ୍ରୱାଲ ଓ ବରିଷ୍ଠ ହିସାବ ରକ୍ଷକ ଉପେନ୍ଦ୍ର କୁମାର ରାଉତରାୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ୯ ତାରିଖରୁ ୧୩ ଫେବୃଆରୀ କୋଷାଗାର ଓ ପରିଦର୍ଶନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ବିଭିନ୍ନ ଜିଲ୍ଲା କୋଷାଗାର, ସ୍ୱତନ୍ତ୍ର କୋଷାଗାର ତଥା ଉପକୋଷାଗାରମାନଙ୍କରେ ନୂତନ ଜାତୀୟ ପେନସନ ଉପରେ ସପ୍ତାହ ବ୍ୟାପୀ ସଚେତନତା ପ୍ରଶିକ୍ଷଣ ଅନୁଷ୍ଠିତ ହେଉଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking