25.1 C
Bhubaneswar
Wednesday, October 23, 2024
Homeଓଡିଶାମମତାଙ୍କ ଇସ୍ତଫା ପଛରେ ଜାତୀୟ ଦଳୀ ଚକ୍ରାନ୍ତ : ପ୍ରମିଳା ମଲ୍ଲିକ

ମମତାଙ୍କ ଇସ୍ତଫା ପଛରେ ଜାତୀୟ ଦଳୀ ଚକ୍ରାନ୍ତ : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକାଳ ଶେଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ପଠାଇଛନ୍ତି ।

ସେପଟେ ମମତାଙ୍କ ଇସ୍ତଫା ପରେ ପରୋକ୍ଷରେ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ଜାତୀୟ ଦଳ ଚକ୍ରାନ୍ତରେ ମମତା ଇସ୍ତଫା ଦେଇଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି । ସେ କହିଛନ୍ତି ଯେ ମୟୂରଭଞ୍ଜବାସୀଙ୍କୁ ଓ ମହନ୍ତ ସମ୍ପ୍ରଦାୟଙ୍କୁ ମମତା ଧୋକା ଦେଇଛନ୍ତି । ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି । ତେବେ ଏହା ସଫଳ ହେବ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

ସୂଚନା ଅନୁଯାୟୀ, ଏପ୍ରିଲ ୨୦୨୦ରେ ରାଜ୍ୟସଭା ଯାଇଥିଲେ ମମତା । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ମମତା ଇସ୍ତାଫା ଦେଇଛନ୍ତି । ଆଉ ରାଜ୍ୟସଭା ଏବଂ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ମମତା ମହନ୍ତଙ୍କୁ ନେଇ ଜୋର ଧରିଲା ରାଜନୀତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking