35.1 C
Bhubaneswar
Monday, March 23, 2026
Homeଓଡିଶାଜାତୀୟ ଆଇନ୍ ସେବା ଦିବସ ପାଳିତ 

ଜାତୀୟ ଆଇନ୍ ସେବା ଦିବସ ପାଳିତ 

ଯାଜପୁର: ରବିବାର ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଵିରଜାପୁର ଗ୍ରାମପଞ୍ଚାୟତ ସଭାଗୃହ ରେ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିରିକ୍ତ ବରିଷ୍ଠ ଦେଓ୍ଵାନୀ ବିଚାରପତି ତଥା ଭାରପ୍ରାପ୍ତ ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ଵାଲ୍ ଅଧ୍ୟକ୍ଷତା କରିଥିଲେ।ଅତିଥି ଆଲୋଚକ ଭାବେ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ତ୍ରିଲୋଚନ ସେଠୀ ଯୋଗଦେଇ ଜାତୀୟ ଆଇନ୍ ସେବା ଦିବସର ତାତ୍ପର୍ଯ୍ୟ ,ଆଇନ୍ ସେବା ଯୋଗାଉଥିବା ଅନୁଷ୍ଠାନର କାର୍ଯ୍ୟ ପରିସର,ମଧ୍ୟସ୍ଥତା,ଲୋକଅଦାଲତ ଓ କେଉଁମାନେ ଉପଯୁକ୍ତ ଉପଭୋକ୍ତା ଇତ୍ୟାଦି ବିଷୟ ରେ ଆଲୋକପାତ କରିଥିଲେ ।ସ୍ଥାନୀୟ ସରପଞ୍ଚ ନିରାକର ସାହୁ ସ୍ବାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ପାରାଲିଗାଲ୍ ଭଲ୍ୟୁଟିୟର ଉପସ୍ଥିତ ଥିବା ମହିଳା ପୁରୁଷ ଓ ପଞ୍ଚାୟତ ଜନପ୍ରତିନିଧି ମାନେ ଆଇନ ସେବା ସମ୍ପର୍କିତ ପ୍ଲାକାର୍ଡମାନ ଧରି ଏକ ଶୋଭାଯାତ୍ରାରେ ଭାଗନେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking