19.1 C
Bhubaneswar
Tuesday, January 13, 2026
Homeଓଡିଶାଯାଜପୁରରେ ଜାତୀୟ ଆୟକର ଦିବସ ପାଳିତ

ଯାଜପୁରରେ ଜାତୀୟ ଆୟକର ଦିବସ ପାଳିତ

ଯାଜପୁର :  ଜୁଲାଇ ଚବିଶି ଜାତୀୟ ଆୟକର ଦିବସ ଭାବେ ସାରା ଦେଶରେ ପାଳିତ ହୁଏ। ଏହି ପରିପ୍ରେକ୍ଷୀରେ ବୁଧ ବାର ଯାଜପୁର ରୋଡ ତିସ୍ଥ ସିଆୟକର କାର୍ଯ୍ୟାଳୟରେ ଆୟକର ବିଭାଗ ଏବଂ ଯାଜପୁର ଜିଲ୍ଲା ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ତରଫରୁ ମିଳିତ ଭାବେ ଆୟକର ଦିବସ ପାଳନ ହୋଇଯାଇଅଛି। ଆୟକର ଅଧିକାରୀ ଶିଶିର କୁମାର ହେମ୍ବ୍ରମ୍ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ଉକ୍ତ ସଭାରେ ବିଭାଗ ର ଅଧିକାରୀ ମାନଙ୍କ ଙ୍କ ସହ ଟ୍ୟାକ୍ସ ବାର ର କର୍ମକର୍ତା ମାନେ ଯୋଗ ଦେଇ ଆୟକର ଆଇନି ର ଅତୀତ ଓ ସମ୍ପ୍ରତି ପ୍ରଚଳିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଟ୍ୟାକ୍ସ ବାର ସଙ୍ଘ ର ସଭାପତି ଆଇନଜୀବୀ ବିବେକାନନ୍ଦ ମହାନ୍ତି ସମ୍ଭଳ ସଂଗ୍ରହ କରିବାରେ ଆୟକର ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ସହିତ ଟିକସ ଆଦାୟ କ୍ଷେତ୍ରରେ ସରଳୀକରଣ ସ୍ବଚ୍ଛତା ଓ ସଚ୍ଚୋଟତା ଅବଲମ୍ବନ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। ଭରତ ରେ ପ୍ରଥମ ଆୟକର ଆଇନୀ ୧୮୬୦ ମସିହାରେ ବ୍ରିଟିଶ ଶାସନାଧୀନ ବେଳେ ପ୍ରଣୀତ ହେଇଥିଲା। ସିପାହୀ ବିଦ୍ରୋହ ପରେ ପରେ ଏହି ଅଇନି କୁ କାର୍ଯ୍ୟ କରିବା ନିମନ୍ତେ ଜୁଲାଇ ଚବିଶ ତାରିଖ ରୁ ଶାସନ କର୍ତ୍ତୃପକ୍ଷ ସୃଷ୍ଟି ହେଇ କାର୍ଯ୍ୟାରମ୍ଭ କରିଥିଲା। ସେହି କାରଣରୁ ୨୦୧୦ ମସିହା ଜୁଲାଇ ୨୪ ତାରିଖ କୁ ସାରା ଭାରତ ରେ ଆୟକର ଦିବସ ରୂପେ ପାଳନ ହୋଇ ଆସୁଛି। ବିଗତ ଦଶ ବର୍ଷରେ ଆୟକର ବିଭାଗରେ ବୈପ୍ଲବିକ ପରିବର୍ତ୍ତନ ସଂଘଟିତ ହୋଇଛି। ଏକ ଯୁଗାନ୍ତ କାରି ପଦକ୍ଷେପ ନେଇ “ସ୍ୱଚ୍ଛ ଟିକସ ବ୍ୟବସ୍ଥା:- ସଚ୍ଚୋଟ କରଦାତା ଙ୍କୁ ସମ୍ମାନ” ଯୋଜନା ସହ ସଂପୂର୍ଣ୍ଣ ଡିଜିଟାଇଜେସନ ବ୍ୟବସ୍ଥା କୁ ଅପଣେଇଛି । ରିଟର୍ନ ଇ ଫାଇଲିଂ, ଇ ଆସେସମେଣ୍ଟ, ଇ ଆପିଲ, ଏଵଂ ସମ୍ପୂର୍ଣ୍ଣ ଫେସ ଲେସ ବା ମୁଖ ବିହୀନ ପ୍ରଣାଳୀ ମାଧ୍ୟମରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ ଜାରି ରହିଛି। ଏବେ ପ୍ରଚଳିତ “ଆୟକର ଆଇନ୍-୧୯୬୧” ଆଗକୁ ମଧ୍ୟ ପରିବର୍ତନ ହେବ ବୋଲି ଚଳିତ ବଜେଟ୍ ରେ ସ୍ଥାନିତ ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ଟ୍ୟାକ୍ସ ବାର ର ଉପସଭାପତି ଧନେଶ୍ୱର ବାରିକ୍, ସଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ପୂର୍ବତନ ସଭାପତି ମାନସ ରଂଜନ ସାମଲ, ପୂର୍ବତନ କର୍ମକର୍ତା ଦିଲ୍ଲୀପ କୁମାର ମଲ୍ଲିକ ଏବଂ ଆୟକର ବିଭାଗ ର କର୍ମଚାରୀ ସୌମ୍ୟ ରଂଜନ ସ୍ବାଇଁ, ସିବରଞ୍ଜନ ମହାପତ୍ର, ତହିଦ୍ ମହମ୍ମଦ, ମାନସ ରଞ୍ଜନ ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ଦାସ, ପ୍ରସନ୍ନ କୁମାର ସ୍ବାଇଁ, ବିଶ୍ୱଜିତ୍ ବୋଇତାଇ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଶେଷରେ ଆୟକର ନିରୀକ୍ଷକ ରେଖା କୁମାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking