18.1 C
Bhubaneswar
Friday, January 16, 2026
Homeଓଡିଶାଜାତୀୟ ରାଜପଥ ପାଲଟିଛି ମରଣଯନ୍ତା; ସର୍ଭିସରୋଡ୍ ପାଇଁ ଦାବିକଲେ ଗ୍ରାମବାସୀ

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା; ସର୍ଭିସରୋଡ୍ ପାଇଁ ଦାବିକଲେ ଗ୍ରାମବାସୀ

କାମାକ୍ଷାନଗର: କାମାକ୍ଷାନଗର ଥାନା ମାଳପୁରା ଗ୍ରାମ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ସର୍ଭିସରୋଡ୍ ନଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ବେଳେ ବେଫିକର ପ୍ରଶାସନ। ଯାହାକୁ ନେଇ ମାଳପୁରା ଓଭରବ୍ରିଜ୍ ଠାରୁ କାମାକ୍ଷାନଗର ସଂଯୋଗ କରୁଥିବା ରାସ୍ତାରେ ତୁରନ୍ତ ସର୍ଭିସରୋଡ୍ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରକାଶ, ମାଳପୁରା ଛକ ନିକଟରେ ପ୍ରାୟ ସାତରୁ ଆଠଟି ଗ୍ରାମର ହଜାର ହଜାର ଜନସାଧାରଣ କାମାକ୍ଷାନଗର ସହରକୁ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି। ଏହି ରାସ୍ତାଦେଇ କଲେଜ୍ ପିଲାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଯିବା ଆସିବା କରୁଥିବା ବେଳେ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ। କାମାକ୍ଷାନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ରାଉରକେଲା, ଯାଜପୁର, ଦେବଗଡ଼, ସମ୍ବଲପୁର, ଅନୁଗୁଳ ଭଳି ସହରକୁ ଯୋଗାଯୋଗ କରୁଥିବା ବେଳେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳାଚଳ କରିଥାଏ। ତେବେ ମାଳପୁରା ତଥା ଅନ୍ୟ ଆଖପାଖରେ ଥିବା ଗାଁ ଗୁଡିକର ଲୋକେ ସହରକୁ ଯିବା ପାଇଁ ଜାତୀୟ ରାଜପଥ ଉପରେ ନିର୍ଭର କରୁଥିବା ବେଳେ ମାଳପୁରା ଓଭରବ୍ରିଜ ନିକଟରେ ଦ୍ରୁତଗତିରେ ଯାନବାହାନ ଚଳାଚଳ କରିଥାଏ। ଫଳରେ ଅନେକ ସମୟରେ ଏଠାରେ ଦୁର୍ଘଟଣା ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ଅନ୍ୟପକ୍ଷରେ ଏଠାରେ ପୁଲିସ ତରଫରୁ ସହର ଭିତରକୁ ଭାରିଯାନ ନିଷେଧ ସମୟରେ ପାର୍କିଂ କରାଯାଉଥିଲା ବେଳେ ରାସ୍ତାରେ ଗାଡିଗୁଡିକ ପାର୍କିଂ କରୁଛନ୍ତି। ତେଣୁ ରାସ୍ତା ସଂକୁଚିତ ହୋଇ ଅଧିକ ଦୁର୍ଘଟଣା ହେଉଛି। ଏନେଇ ମାଳପୁରା ଗ୍ରାମବାସୀ ଏହି ସମସ୍ୟାର ସମାଧାନ ନିମନ୍ତେ ଜାତୀୟ ରାଜପଥ ବିଭାଗ ଓ ପୂର୍ତ୍ତ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନାହିଁ। ତେଣୁ ତୁରନ୍ତ ମାଳପୁରା ଓଭରବ୍ରିଜ୍ ଠାରୁ କାମାକ୍ଷାନଗର ସହରକୁ ସର୍ଭିସରୋଡ୍ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବରିଷ୍ଠ ଓକିଲ ପବିତ୍ର ମୋହନ ବିଶ୍ୱାଳ, ଗ୍ରାମ ସଭାପତି ହିତେନ୍ଦ୍ରୀୟ ବିଶ୍ୱାଳ, ରାକେଶ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବିଶ୍ୱାଳ ପ୍ରମୁଖ ଦାବି ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking