23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶନ୍ୟାସନାଲ ହେରାଲ୍ଡ ମାମଲା: ଗାନ୍ଧୀ ପରିବାରର ଅଡୁଆ ବଢିଲା

ନ୍ୟାସନାଲ ହେରାଲ୍ଡ ମାମଲା: ଗାନ୍ଧୀ ପରିବାରର ଅଡୁଆ ବଢିଲା

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ କୋର୍ଟ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରକାଶ, ଆଜି ଏହି ପ୍ରସଙ୍ଗରେ ଦ୍ୱିତୀୟ ଶୁଣାଣି ହୋଇଥିବା ବେଳେ ଏହା ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହୋଇଥିଲା। ପୂର୍ବରୁ ଏପ୍ରିଲ୍ ୨୫ରେ କୋର୍ଟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟ ଇଡିକୁ ଅଧିକ ପ୍ରାସଙ୍ଗିକ କାଗଜପତ୍ର ଆଣିବା ଏବଂ ତ୍ରୁଟି ଦୂର କରିବାକୁ କହିଥିଲେ। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୮ରେ ହେବ। ଏହି ତାରିଖରେ ହାଜର ହେବା ପାଇଁ ଉଭୟ ସୋନିଆ ଏବଂ ରାହୁଲଙ୍କୁ କୋର୍ଟ ନୋଟିସ୍ ଜାରି କରିଛନ୍ତି। ପ୍ରକାଶ, ପୂର୍ବରୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଇଡି ଏହି ଚାର୍ଜସିଟ୍ ଦାଖଲ କରିଥିଲା। ଅର୍ଥ ହେରଫେର ମାମଲାରେ ଇଡି ନେତା ସୋନିଆ ଏବଂ ରାହୁଲଙ୍କୁ ଅଭିଯୁକ୍ତ କରିଛି। ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା, ସୁମନ ଦୁବେଙ୍କ ସମେତ ଅନେକ ନେତାଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ଅନ୍ତର୍ଭୁକ୍ତ କରିଛି ଇଡି।

ନ୍ୟାସନାଲ ହେରାଲ୍ଡ’ ନାମକ ଏକ ଦୈନିକ ସମ୍ବାଦପତ୍ର ୧୯୩୮ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହା ସ୍ୱାଧୀନତା ସଂଗ୍ରାମର ଏକ ପ୍ରତୀକ ଥିଲା, ଏହାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ଅର୍ଥାତ ଏଜେଏଲ୍ ଦ୍ୱାରା ପ୍ରକାଶିତ କରାଯାଇଥିଲା। ତେବେ ୨୦୦୮ ମସିହାରେ ଆର୍ôଥକ ସଙ୍କଟ ଦେଖାଦେବାରୁ ଖବରକାଗଜଟି ବନ୍ଦ ହୋଇଯାଇଥିଲା। କିନ୍ତୁ ୨୦୧୦ ମସିହାରେ, ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ (ୱାଇଆଇଏଲ୍‌) ନାମକ ଏକ କମ୍ପାନୀ ଗଠନ କରାଯାଇଥିଲା, ଯେଉଁଥିରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ୩୮-୩୮% ଅଂଶଧନ ରହିଥିଲା। ପରେ ୱାଇଆଇଏଲ୍ ଜରିଆରେ ଏଜେଏଲର ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କା ମୂଲ୍ୟରେ ଅଧିଗ୍ରହଣ କରିଥିଲା। ଏହି ପ୍ରକ୍ରିୟାରେ ବ୍ୟାପକ ଠକେଇ ଓ ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ କରି ୨୦୧୨ରେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଏକ ପିଟିସନ୍ ଦାୟର କରିଥିଲେ। ଏହା ଉପରେ ତଦନ୍ତ ହୋଇଥିଲା ଏବଂ ମିଳିଥିବା ପ୍ରମାଣ ଗାନ୍ଧୀ ପରିବାର ବିରୋଧରେ ଥିବା ଦର୍ଶାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking