26.1 C
Bhubaneswar
Monday, July 14, 2025
Homeଓଡିଶାରାଜ୍ୟସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ରାଜ୍ୟସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ

ଡେଙ୍ଗୁ ରୋଗର ବାହକ ଏଡିସ ମଶା ବଂଶ ବୃଦ୍ଧି ସ୍ଥଳ ସଫା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ : ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ
ଭୁବନେଶ୍ୱର : ଜାତୀୟ ଡେଙ୍ଗୁ ଦିବସ ଅବସରରେ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ କର୍ମଶାଳାରେ ଡା. ପ୍ରଭାକର ସାହୁ, ଏଡି (ଭିବିଡି), ରାଜ୍ୟରେ ସାମ୍ପ୍ରତିକ ଡେଙ୍ଗୁ ରୋଗର ସ୍ଥିତି ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜ଼ିଲ୍ଲା ତଥା ତୃଣମୂଳସ୍ତରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ । ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଜନସାଧାରଣଙ୍କୁ ସଚେତନ କରିବାର ଉଦ୍ଦେଶ୍ୟ ନେଇ କହିଥିଲେ ଯେ, “ଡେଙ୍ଗୁ ଏଡିସ୍ ମଶା ଦ୍ୱାରା ବ୍ୟାପିଥାଏ ଯାହା ମଣିଷ ଦେହରେ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ବିଭିନ୍ନ ସରକାରୀ ବିଭାଗ ଏବଂ ସାମାଜିକ ସଂଗଠନର ମିଳିତ ଉଦ୍ୟମ ଦ୍ୱାରା ଡେଙ୍ଗୁ ରୋଗର ବାହକ ଏଡିସ ମଶା ବଂଶ ବୃଦ୍ଧି ସ୍ଥଳ ସଫା କରିବା ସହିତ ରୋଗ ସଂକ୍ରମଣ ହ୍ରାସ କରାଯାଉଅଛି । ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ବନ୍ଧୀୟ ସୂଚନାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ଆମକୁ ସମସ୍ତ ସ୍ତରରେ ସଚେତନତା ସୁନିଶ୍ଚିତ କରିବାକୁ ପଡିବ। ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ପ୍ରମିଳା ବରାଳ ସହରାଞ୍ଚଳରେ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଏହି ରୋଗ ନିୟନ୍ତ୍ରଣରେ ସହରାଞ୍ଚଳ ନିରୀକ୍ଷଣ ୟୁନିଟର ଭୂମିକା ଉପରେ ଆଲୋକପାତ କରିଥିଲେ।

ଅତିରିକ୍ତ ଡ଼ିଏମଇଟି ଡା. ବ୍ରଜକିଶୋର ଦାଶ ଗୁରୁତର ଡେଙ୍ଗୁ ରୋଗୀମାନଙ୍କର କ୍ଲିନିକାଲ୍ ତଦାରଖରେ ମେଡିକାଲ୍ କଲେଜଗୁଡ଼ିକର ଭୂମିକା ଉପରେ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଚିତ୍ରା ସାସମଲ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିଲମ ସୋମଲକର କେନ୍ଦ୍ର ସରକାରଙ୍କ ଦ୍ୱାରା ଡେଙ୍ଗୁ ରୋଗ ସମ୍ପର୍କରେ ପ୍ରଦାନ କରାଯାଇଥିବା ପରାମର୍ଶ ଏବଂ ମାର୍ଗଦର୍ଶିକା ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱତନ୍ତ୍ର ଶାସନ ସଚିବ (ଜନସ୍ୱାସ୍ଥ୍ୟ) ଡା. ଜିତେନ୍ଦ୍ର ମୋହନ ବାବର୍ତ୍ତା ଏହି ସଂକ୍ରମଣ ପ୍ରବଣ ରୋଗର ପ୍ରତିରୋଧରେ ସାମୁଦାୟିକ ଅଂଶଗ୍ରହଣର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡା. ଶୁଭାଶିଷା ମହାନ୍ତି ଯୁଗ୍ମ ନିର୍ଦ୍ଦେଶକ (ଭିବିଡି) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବର୍ଷର ” ନଜର ରଖନ୍ତୁ , ପରିସ୍କାର କରନ୍ତୁ, ଘୋଡାଇ ଦିଅନ୍ତୁ – ଡେଙ୍ଗୁ କୁ ହଟାଇବା ପାଇଁ ଆଗେଇ ଆସନ୍ତୁ ” ବିଷୟବସ୍ତୁ ଅନୁଯାୟୀ ପ୍ରତିରୋଧ ଏବଂ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗୁଡ଼ିକୁ କେନ୍ଦ୍ରିତ କରିବାକୁ ଆହ୍ୱାନ ସହିତ ସହିତ କର୍ମଶାଳା ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking