ଭୁବନେଶ୍ୱର: ସୁଲତାଙ୍କ ବିବାଦୟ ବୟାନକୁ ନେଇ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ସୁଲତାଙ୍କ ପାଇଁ ଦେଶ ଉପହାସ । ଯୋଗ୍ୟତା ନୁହେଁ ମ୍ୟାନେଜ କରି ସେ ପୋଷ୍ଟ ପାଇଛନ୍ତି । ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ବୟାନ ଠିକ ନୁହେଁ । ସୂଚନା ଥାଉକି, ପହଲଗାମ ପ୍ରସଙ୍ଗରେ ବିଜେଡି ସାଂସଦ ସୁଲତାଙ୍କ ବିବାଦୀୟ ବୟାନ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ଆକ୍ରମଣ ସମୟରେ ଧର୍ମ ପଚାରିବା ସମ୍ଭବ ନୁହେଁ । ଆତଙ୍କବାଦୀ କେବେ ଧର୍ମ ସହ ବନ୍ଧା ନୁହେଁ କହିଛନ୍ତି ସୁଲତା । ସୁଲତାଙ୍କ ଏଭଳି ବୟାନକୁ ଦଳ ଭିତରୁ ବିରୋଧ କରାଯାଇଛି ।