28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶନୃଶଂସ ପୁଅର ନାରକୀୟ କାଣ୍ଡ: ମା’କୁ ହତ୍ୟା କରି କିଡନୀ-ଲିଭରକୁ କାଢି ଖାଇଲା

ନୃଶଂସ ପୁଅର ନାରକୀୟ କାଣ୍ଡ: ମା’କୁ ହତ୍ୟା କରି କିଡନୀ-ଲିଭରକୁ କାଢି ଖାଇଲା

ମୁମ୍ବାଇ : କଳିଯୁଗର ରାକ୍ଷାସ ନୃଶଂସ ପୁଅର ନାରକୀୟ କାଣ୍ଡ । ପ୍ରଥମେ ମାକୁ ହତ୍ୟା କଲା ପରେ ଅଙ୍ଗପ୍ରତ୍ୟଙ୍ଗକୁ ସିଝାଇ ଲୁଣ ଲଗାଇ ଖାଇଦେଲା । ରାକ୍ଷସ ପୁଅ ଜଣକ ମା’ର କିଡନୀ, ଲିଭର ପ୍ଲେଟରେ କାଢି ଲୁଣ ଲଗାଇ ଖାଇଛି । ତେବେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ଫାଶୀ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ କୋର୍ଟ । ମା ମଦ ପାଇଁ ଟଙ୍କା ଦେବାକୁ ମନା କରିଦେବାରୁ ରାକ୍ଷାସ ରୂପି ପୁଅ ଏଭଳି କାଣ୍ଡ ଘଟାଇଛି ।

ସୂଚନା ଅନୁସାରେ, ୨୦୧୭ ଘଟଣାରେ ବମ୍ବେ ଉଚ୍ଚନ୍ୟାୟାଳୟ ମାର ହତ୍ୟା କରି ଅଙ୍ଗକୁ ସିଝାଇ ଖାଇବା ଘଟଣାରେ କୋର୍ଟ ମୃତ୍ୟୁ ଦଣ୍ଡ ସଜ୍ଜା ଶୁଣାଇଛନ୍ତି । ମା’କୁ ମଦ ପିଇବା ପାଇଁ ପଇସା ମାଗିବାରୁ ଏଭଳି ଘଟଣା ଘଟାଇଛି ପୁଅ । ପ୍ରଥମେ ମା’କୁ ମାରିବା ପରେ ମୁଣ୍ଡ, ହାର୍ଟକୁ ଛୁରୀରେ କାଢିଥିଲା । ଏହାପରେ ଲିଭର, କିଡନୀ ଏବଂ ଅନ୍ତକୁ ବାହାର କରି ପ୍ଲେଟରେ ରଖି ଲୁଣ ଲଗାଇ ଖାଇଥିଲା । ଏଭଳି ୍ୱୀଭତ୍ସ ଦୃଶ୍ୟ ଦେଖି ପଡୋଶୀକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସବୁ ସତ ମାନିଥିଲା । ଅଭିଯୁକ୍ତ ସୁନୀଲ କୁଚକୋରୱି ନିକ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଅଙ୍ଗକୁ ଏଭଳି ଖାଇଥିଲା । ୨୦୨୧ରେ ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ଯାହା ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଅପିଲ୍ କରାଯାଇଥିଲା । ପ୍ରାୟ ୩ ବର୍ଷ ପରେ ବମ୍ବେ ହାଇକୋର୍ଟ କୋହ୍ଲାପୁର ଅଦାଲତଙ୍କ ନିଷ୍ପତ୍ତିକୁ ବଜାୟ ରଖି ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ନ୍ୟାୟମୂର୍ତ୍ତି ରେବତୀ ମୋହିତେ ଡେରେ ଏବଂ ନ୍ୟାୟମୂର୍ତ୍ତି ପୃଥିବୀରାଜ ଚୌହାନଙ୍କର ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ଦୋଷୀ ସୁନୀଲ ଫାଶୀଦଣ୍ଡ ଶୁଣାଇଛନ୍ତି । ଦୋଷୀଙ୍କ ଠାରେ ଭବିଷ୍ୟତରେ ମଧ୍ୟ ସୁଧାର ଆସିବ ନାହିଁ ବୋଲି ସେମାନେ କହିଛନ୍ତି । ଏହି ମାମଲା ଅତି ଦୁଲର୍ଭ । ଦୋଷୀ କେବଳ ମାକୁ ହତ୍ୟା କରିନାହିଁ ବରଂ ଅଙ୍ଗପ୍ରତ୍ୟଙ୍ଗକୁ ସିଝାଇ ଖାଇଛି । ତେଣୁ ଏଭଳି ଲୋକ କେବେ ବି ସୁଧୁରିବନି । ଜେଲରେ ମଧ୍ୟ ଏଭଳି ଅପରାଧ କରିପାରେ । ତେଣୁ ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking