16.1 C
Bhubaneswar
Monday, January 12, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଭେଟି ରାଜ୍ୟ ତଥା ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି। ଏଥିରେ ବିଶେଷକରି ୩ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟଙ୍କ ସ୍ମୃତି ରକ୍ଷା ପାଇଁ ସ୍ମୃତି କମିଟି ପକ୍ଷରୁ ଶ୍ରୀ ମିଶ୍ର ହସ୍ତାନ୍ତର କରିଥିବା ପ୍ରସ୍ତାବ ଉପରେ ଗୁରୁତର ସହ ଆଲୋଚନା ହୋଇଥିଲା। ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଯିଏକି ରାଜ୍ୟର ପ୍ରଥମଥର ପାଇଁ ସ୍ଥିର ସରକାର ଦେବାସହ ଶିଳ୍ପାୟନର ମୂଳଦୁଆ ପକାଇଥିଲେ ସେପରି ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ରକ୍ଷା ପାଇଁ କୌଣସି ବି ସରକାର ଆଜିପର୍ଯ୍ୟନ୍ତ ଉଦ୍ୟମ କରିନଥିଲେ। ଏଥିପାଇଁ ଗତ ୩ ତାରିଖ ହୋଇଥିବା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ଏକ ପ୍ରସ୍ତାବ ଶ୍ରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏଥିରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହାତରେ ତାଙ୍କ ସମୟରେ ଆରମ୍ଭ ହୋଇଥିବା କଳିଙ୍ଗ ଷ୍ଟାଡିୟମ୍‌, ଏକାମ୍ର ଉଦ୍ୟାନ ଓ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ଜାନକି ବଲ୍ଲଭଙ୍କ ନାମରେ ନାମିତ କରି ତାଙ୍କ ସ୍ମୃତି ରକ୍ଷା କରାଯାଉ ବୋଲି ପ୍ରସ୍ତାବ କରାଯାଇଥିଲା। ଏହାସହ ଲୋୟର୍ ସୁକତେଲ ପ୍ରକଳ୍ପ ନିକଟରେ ଥିବା ଖେଳ ପଡ଼ିଆକୁ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ୍ ରୂପେ ନିର୍ମାଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଦେଇଥିଲେ। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟାନ ନିର୍ମାଣ ପାଇଁ ଆସିଥିବା ଅନୁଦାନ ଫେରି ଯାଇଥିବାରୁ ସେହି ଅନୁଦାନରେ ପୁଣି ଲୋୟର୍ ସୁକତେଲ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଉଦ୍ୟାନ କାମ ଆରମ୍ଭ କରାଯାଉ ବୋଲି ଶ୍ରୀ ମିଶ୍ର ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଥିଲେ। ଉଭୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଗ୍ରହଣ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ଅଧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଏହି ପ୍ରକଳ୍ପ ଗୁଡ଼ିକୁ ନେଇ ଆଲୋଚନା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking